ମୁଖ୍ୟ ଖବର

ଶରଧାବାଲିରେ ପହଞ୍ଚିଲା ତିନି ରଥ

ପୁରୀ: ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତିକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ।ଏହିଠାରୁ ଜନ୍ମବେଦୀକୁ ପହଣ୍ଡି କରି ଯିବେ ତିନି ଠାକୁର । ସେଠାରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ । ଆଜି ସିନା ଗୁଣ୍ଡିଚା ମନ୍ଦିର ଖୁସିରେ ଉଛୁଳୁଛି କିନ୍ତୁ ପ୍ରାଣପ୍ରିୟ ମହାପ୍ରଭୁଙ୍କୁ ଛାଡି ଶ୍ରୀମନ୍ଦିର କିନ୍ତୁ ସନ୍ତାପି ହେଉଛି ।

Leave a Reply

Your email address will not be published. Required fields are marked *