ରାଜ୍ୟ

ଫୁଲରୁ ନିର୍ମିତ ଗରମ ପାନୀୟ ‘ଫୁଲ୍ ଟି’ ର ଅନଲାଇନ ବଜାର ପ୍ରବେଶ

ପ୍ରକୃତି ଗଛଲତା, ଫଳଫୁଲ, ଚେରମୂଳ ଆକରରେ ଆମମାନଙ୍କୁ ଅନେକ କିଛି ଅମୁଲ୍ୟ ଔଷଧୀୟ ଗୁଣ ସମ୍ପନ୍ନ ପୋଷକ ତତ୍ତ୍ଵ ଦେଇଥାଏ। ଏସବୁର ସଫଳ ଉପଯୋଗ କଲେ ମନୁଷ୍ୟ ନିରୋଗ ଓ ଦୀର୍ଘାୟୁ ହୋଇପାରେ। ଘରଠୁ ନେଇ ହାଟ ବଜାର ସବୁଠିଁ ଗରମ ପାନୀୟ ଚାହା ଓ କଫିର ବହୁଳ ଚାହିଦା ଦିନକୁ ଦିନ ବଢି ଚାଲିଛି। ଏହାର ପ୍ରାକୃତିକ ବିକଳ୍ପ ଆକରରେ ବାଲେଶ୍ଵରରେ ପ୍ରଥମ ଥରପାଇଁ ‘ଫୁଲ୍ ଟି କମ୍ପାନୀ’ ନାମରେ ଏକ ସଂସ୍ଥାର ଆଜି ଆନୁଷ୍ଠାନିକ ବଜାର ପ୍ରବେଶ କାର୍ଯ୍ୟକ୍ରମ ବାଲେଶ୍ଵର ଷ୍ଟେସନ କ୍ଲବରେ ଆୟୋଜିତ ହୋଇଯାଇଛି। ଏହି ପାନୀୟ ନିୟମିତ ସେବନ କଲେ ଉଚ୍ଚ ରକ୍ତଚାପ, ମଧୁମେହ, ମାନସିକ ଚାପ, କଲେଷ୍ଟ୍ରଲ୍, ଦୃଷ୍ଟି ହୀନତା ନିୟନ୍ତ୍ରଣ କରିବାରେ ସହାୟକ ହେବବୋଲି କମ୍ପାନୀ ପକ୍ଷରୁ ସୂଚନା ଦେଇଛନ୍ତି। ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାକୁ ଉଦଘାଟିତ କରିଥିଲେ। ଫୁଲ୍ ଟି କମ୍ପାନୀର ନିର୍ଦ୍ଦେଶକ ସୁନୀଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଶ୍ରୀନିବାସ ପ୍ରଧାନ ସଂଯୋଜନା କରିଥିଲାବେଳେ ରାକେଶ ଗିରି ମଞ୍ଚ ପରିଚାଳନା କରିଥିଲେ। ତାଙ୍କ ବ୍ଯକ୍ତବ୍ଯରେ ବିଧାୟକ ଶ୍ରୀଯୁକ୍ତ ଦତ୍ତ କହିଥିଲେ ଯେ ଏହି ପାନୀୟ କେବଳ ଲୋକଙ୍କୁ ସୁସ୍ଥ ନିରାମୟ ଜୀବନ ପାଇଁ ଲାଭଦାୟକ ହେବନାହିଁ, ଏହାଦ୍ବାରା ସ୍ଥାନୀୟ ଫୁଲ ଚାଷୀ ଲାଭବାନ ସୋଇପାରିବେ ଏବଂ କର୍ମନିଯୁକ୍ତି ସୃଷ୍ଟି କରିବ। ଫୁଲ୍ ଟି ଫ୍ଲିପକାର୍ଟ, ଆମାଜୋନ ଇତ୍ୟାଦି ଅନଲାଇନରେ ପ୍ଲାଟଫର୍ମରେ ଉପଲବ୍ଧ ବୋଲି କମ୍ପାନୀର ନିର୍ଦ୍ଦେଶକ ସୁନୀଲ ପଣ୍ଡା ସୂଚନା ଦେଇଛନ୍ତି। ଶେଷରେ ଶ୍ରୀନିବାସ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *