Uncategorized

ନିମ୍ନମାନର କାମ ଅଭିଯୋଗ, ଭୁଶୁଡ଼ିଲା ୫-ଟି ସ୍କୁଲ ପାଚେରି

ପିପିଲି: ଭୁଶୁଡ଼ି ପଡ଼ିଲା ଫାଇଭଟି ସ୍କୁଲ ପାଚେରି। ଡେଲାଙ୍ଗ ବ୍ଲକରେ ସ୍କୁଲ ରୂପାନ୍ତରଣ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି।ଧାନକେରାସ୍ଥିତ କପିଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଫାଇଭ-ଟି ଯୋଜନାରେ ସାମିଲ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ ୨୦୨୨ ମସିହାରେ ରୂପାନ୍ତରଣ କାମ କରାଯାଇଥିଲା। ଏହି କାମକୁ ମାତ୍ର ୨ ବର୍ଷ ହୋଇ ନଥିବାବେଳେ ଗତକାଲି ବର୍ଷାରେ ଏହି ସ୍ମାର୍ଟ ସ୍କୁଲ ପାଚେରି ଭୁଶୁଡ଼ି ପଡିଛି। ବିଦ୍ୟାଳୟରେ ଦକ୍ଷିଣ ଦିଗରେ ଥିବା ପ୍ରାୟ ୮୦ ଫୁଟ ପାଚେରି ବର୍ଷାରେ ଭୁଶୁଡ଼ି ପଡିବାରୁ ନିକଟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭାଙ୍ଗି ଯାଉଛି । ଏହି ପାଚେରିକୁ ଲାଗି ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଧନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ମାତ୍ର ପାଚେରି ଏହି ପ୍ରମୂର୍ତ୍ତିଗୁଡ଼ିକ ଉପରେ ପଡ଼ିଯିବାରୁ ସେଗୁଡିକ ମଧ୍ୟ ଭାଙ୍ଗି ଯାଇଛି।୫-ଟି ସ୍କୁଲ ନାଁରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟ ରୂପାନ୍ତରଣ ପାଇଁ ୩୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବ୍ଲକ୍ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହି ସ୍କୁଲରେ ପାଖାପାଖି ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଦ୍ୟାଳୟ ପରିଚାଳନା କମିଟି ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *