ମୁଖ୍ୟ ଖବର

ପୂର୍ତ୍ତ ବିଭାଗ ର କଳଙ୍କିତ ପାଣିକୋଇଲି ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇକୁ ବହିଷ୍କାର କେବେ

ଭୁବନେଶ୍ୱର : ସରକାରୀ ରାଜକୋଷକୁ ଲୁଟୁଥିବା ପୂର୍ତ୍ତ ବିଭାଗ ର ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ପାଣିକୋଇଲି ଡିଭିଜନ ରେ କୋଟିକୋଟି ଟଙ୍କା ର ମିଥ୍ୟା ବିଲ କରି ଚଳିତ ନିର୍ବାଚନ ରେ ବିଜେଡି ପାଣ୍ଠିକୁ ଅର୍ଥ ଦେଇଛନ୍ତି ବୋଲି ଯାଜପୁର ରେ ଚର୍ଚ୍ଚା ହେଉଛି l ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଆଖିବୁଝୀ ଦୁର୍ନୀତି କରୁଥିବାରୁ ରାସ୍ତା ଘାଟ ନିମ୍ନମାନର ହୋଇଛି l ପୂର୍ବରୁ ଏହି ଭ୍ରଷ୍ଟାଚାରୀ ଯନ୍ତ୍ରୀ ଦଳେଇ ବାବୁ ଭୁବନେଶ୍ୱର ରେ ଏସଡିଓ ଥିବା ସମୟରେ କଳିଙ୍ଗ ଷ୍ଟାଡିୟମ କାମ ରେ ଲକ୍ଷ ଲକ୍ଷ ଟଙ୍କା ର ମିଥ୍ୟା ବିଲ କରି ଭୁବନେଶ୍ୱର ରେ ୩ଟି ପ୍ଲଟ କିଣିଥିଲେ ବୋଲି ଚର୍ଚ୍ଚା ହେଉଛି l ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ବିଜେଡି ନିର୍ବାଚନ ପାଣ୍ଠିକୁ ଟଙ୍କା ଦେବାକୁ ଯାଜପୁର ର ସମସ୍ତ ଏସଡିଓ ଙ୍କ ଉପରେ ଚାପ ପକାଇ ବ୍ୟାକ ଭର୍ତି କରି କଳା ଟଙ୍କା ଲୁଟି ନେଇଛନ୍ତି l ପୂର୍ତ୍ତ ବିଭାଗ ର ସଚିବ ଯାଦବ ବାବୁକୁ ୨କୋଟି ଟଙ୍କା ଦେଇ ଅଧିକ୍ଷଣ ଯନ୍ତ୍ରୀ ରୁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କୁ ପ୍ରମୋସନ ପାଇଛନ୍ତି ବୋଲି ନିଜେ ଯନ୍ତ୍ରୀ ଦଳେଇ ବାବୁ କହିବୁଲୁଛନ୍ତି l ଯାଜପୁର କୁ ଲୁଟୁଥିବା ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ପୂର୍ବତନ ବିଧାୟକ ବବି ଦାସ ଓ ପୂର୍ବତନ ମନ୍ତ୍ରୀ ଘଡେଇ ବାବୁ ଙ୍କ ଅତି ନିଜର ଲୋକ ବୋଲି କହି ଠିକାଦାର ମାନଙ୍କଠାରୁ ମୋଟା ଅଙ୍କର ପିସି ଆଦାୟ କରି ଆସୁଛନ୍ତି l ବିଜେପି କୁ ଭୋଟ ନ ଦେବାକୁ ଯାଜପୁର ରେ କିଛି ଅସାମାଜିକ ବ୍ୟକ୍ତିଙ୍କ ମାଧ୍ୟ୍ୟମ ରେ ଟଙ୍କା ନିର୍ବାଚନ ରେ ଡକାୟତ ଯନ୍ତ୍ରୀ ଦଳେଇ ବାଣ୍ଟି ଥିଲେ ପାଣିକୋଇଲି ରେ ଚର୍ଚ୍ଚା ହେଉଛି l ମିଥ୍ୟା ବିଲ କରି ରାଜକୋଷ ଲୁଟିବାକୁ ପାଣିକୋଇଲି ଡିଭିଜନ ବାଛିଥିଲେ ଡକାୟତ ପୂର୍ଣ୍ଣ ଦଳେଇ l ଭୁବନେଶ୍ୱର ର ୫ ଡିଭିଜନ ରେ ଥିବା ସମୟରେ ଲୁଟେରା ପୂର୍ଣ୍ଣ କୋଟିକୋଟି ଟଙ୍କା ଲୁଟ କରିଥିଲେ ବୋଲି ବାଲିଗୁଡା ର ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ପାତ୍ର କହିଛନ୍ତି l ଦିନେ ଚୂଡ଼ା ବିସ୍କୁଟ ଖାଇବାକୁ ବିକଳ ହେଉଥବା ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଆଜି ପଞ୍ଚ ତାରକା ହୋଟେଲ ରେ ବସି ମଉଜ ମସ୍ତି କିପରି କରୁଛନ୍ତି ବୋଲି କହିଛନ୍ତି ନିମାପଡା ଗ୍ରାମ୍ୟ ନିର୍ମାଣ ଡିଭିଜନ ର ଯନ୍ତ୍ରୀ ସତ୍ୟଜିତ ଦଳେଇ l ନୂଆ ମୋହନ ସରକାର ପାଣିକୋଇଲି ରେ କାର୍ଯ କରୁଥିବା ଡକାୟତ କୁବେରପତି ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଉପରେ ଭିଜିଲାନ୍ସ ତଦନ୍ତ କଲେ କୋଟିକୋଟି ବେଆଇନ ସମ୍ପତ୍ତି ର ସନ୍ଧାନ ମିଳିବ l ପୂର୍ତ୍ତ ବିଭାଗ ର କେଉଁ ଅଧିକାରୀ ର ଛତ୍ର ଛାୟା ତଳେ ରହି ବିଭାଗୀୟ ମନ୍ତ୍ରୀକୁ ଡ୍ୟାସ ରେ ଖାତିର କରୁନାହାନ୍ତି ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ତାହାର ତଦନ୍ତ ହେବାକୁ ସାଧାରଣ ରେ ଦାବି ହେଉଛି l ଏପରିକି ପାଣିକୋଇଲି ରୁ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ କୁ ହଟେଇବାକୁ ଜିଲ୍ଲାର ବୁଦ୍ଧିଜୀବୀ ମାନେ ସ୍ୱର ଉଠେଇଲେଣି l

Leave a Reply

Your email address will not be published. Required fields are marked *