ଦେଶ- ବିଦେଶ

ପାକିସ୍ତାନର ବିଭାଜନ ହୋଇପାରେ : ଇମ୍ରାନ ଖାଁଙ୍କ ଆଶଙ୍କା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଇନସାଫ ପାର୍ଟି (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍ ପାକିସ୍ତାନର ବିଭାଜନ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି  । ଇମ୍ରାନ୍ ଖାନ୍ ଗୁରୁବାର ଏକ ରେଡିଓ ସାକ୍ଷାତକାରରେ ଏଭଳି ଚିନ୍ତା ପ୍ରକଟ କରି କହିଛନ୍ତି, ‘ପାକିସ୍ତାନ ଏପରିସ୍ଥାନକୁ ଖସୁଛି ଯେ ଏହା ସମସ୍ତଙ୍କ ହାତରୁ ଚାଲିଯିବ। ଯେତେବେଳେ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା, ସେତେବେଳେ ସୋଭିଏତ ୟୁନିୟନ ବିଶ୍ୱର ମହାଶକ୍ତି ଥିଲା, ଏହା ମଧ୍ୟ ଭାଙ୍ଗି ଯାଇଥିଲା ।

ଆମେରିକୀୟ କୂଟନୀତିଜ୍ଞ ଡୋନାଲ୍ଡ ଲୁ ଏବଂ ପାକିସ୍ତାନସେନାର ପୂର୍ବତନ ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି। ଡୋନାଲ୍ଡ ଲୁ ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସୀୟ ବ୍ୟାପାର ବିଭାଗର ଉପସଚିବ ଅଛନ୍ତି ।

ଇମ୍ରାନ ଖାନ ଏହି ପୋଡକାଷ୍ଟ ସାକ୍ଷାତକାରରେ କହିଛନ୍ତି, ‘ଡୋନାଲ୍ଡ ଲୁ କହିଥିଲେ ଯେ ଯଦି ଇମ୍ରାନ ଖାନଙ୍କୁ ହଟା ନଯାଏ, ତେବେ ଫଳାଫଳ ପାକିସ୍ତାନ ପାଇଁ ଭଲ ହେବ ନାହିଁ। ଜେନେରାଲ ବାଜୱା ମୋ ବିରୋଧରେ ପ୍ରଚାର କରିବା ପାଇଁ ହୁସେନ ହକ୍କାନିଙ୍କୁ ନିଯୁକ୍ତ କରିଥିଲେ ଏବଂ ଏହି ଧମକ କେବଳ ବାଜୱାଙ୍କ ନିର୍ଦ୍ଦେଶରେ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ ପାକିସ୍ତାନ ଏବେ ଭୟଙ୍କର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି । ଏହା ସହିତ ଦେଶ ଆଭ୍ୟନ୍ତରୀଣ ସୁରକ୍ଷା ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛି ।

Leave a Reply

Your email address will not be published. Required fields are marked *