ଅପରାଧ

ଅଟୋକୁ ଧକ୍କା ଦେଲା ହାଇୱା: ୩ଜଣ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଅଟୋକୁ ହାଇୱା ଧକ୍କା ଦେଇଥିଲା। ଏହା ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି। ଅଟୋରେ ୩ଜଣ ସେମାନଙ୍କ ଗାଁ କୁଲାସିଂହାକୁ ଫେରୁଥିବା ବେଳେ ବନ୍ତଳା ଥାନା ଖାଲଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ହାଇୱାଟି ପଳାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କୁଲାସିଂହା ଗ୍ରାମର ପୀତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ ଓ ଅନ୍ୟ ଦୁଇଜଣ ନୁଆଁ ରାଇଗୁଡା ଅଞ୍ଚଳକୁ ଝିଅ ଛାଡିବାକୁ ଯାଇଥିଲେ। ଝିଅକୁ ଛାଡି ନିକଟସ୍ଥ ଗାଁରେ ହେଉଥିବା ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ହାଇୱା ଏହି ଅଟୋକୁ ବାଡେଇ ଦେଇଥିବା କୁହାଯାଉଛି। ଫଳରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ଯାଇଥିଲା। ଘଟଣା ସ୍ଥଳରେ ହିଁ ପିତାମ୍ବର ପ୍ରଧାନ ଓ ଗୁଣ୍ଡିଚା ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ଅଟୋ ଡ୍ରାଇଭର ମୁନାଙ୍କର ମୃତ୍ୟୁ ହୋଇଥିଲା।  ମା ଓ ଝିଅ  ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କର ଚିକିତ୍ସା ଚାଲିଛି। ଜାଗର ରାତିରେ ଏତେ ବଡ଼ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *