ଦେଶ- ବିଦେଶ

ଋଷି ସୁନକଙ୍କ ଅବୈଧ ପ୍ରବାସି ବିଲକୁ ବିରୋଧ

ଲଣ୍ଡନ, : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ଘୋଷଣା କରିଥିଲେ କି ତାଙ୍କ ସରକାର ଖୁବଶୀଘ୍ର ଅବୈଧ ପ୍ରବାସି ବିଲ ଆଣିବେ, ଯାହାଦ୍ୱାରା ବ୍ରିଟେନରେ ପ୍ରବେଶ କରୁଥିବା ଅବୈଧ ପ୍ରବାସିଙ୍କ ଉପରେ ରୋକ ଲଗାଯାଇ ପାରିବ । ଏବେ ବ୍ରିଟେନରେ ଏହି ବିଲକୁ ବିରୋଧ କରିବା ଆରମ୍ଭ ହୋଇଯାଇଛି । ସଂଯୁକ୍ତ ରାଷ୍ଟ୍ରର ଶରଣାର୍ଥୀ ଏଜେନ୍ସି(ୟୁଏନଏଚସିଆର) ଏହି ନୂଆ ବିଲକୁ ବିରୋଧ କରିଛି ଓ ଏହାକୁ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ ବୋଲି କହିଛି ।
ସୂଚନାଯୋଗ୍ୟ, ଚଳିତ ସପ୍ତାହେରେ ହିଁ ବ୍ରିଟେନର ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ଅବୈଧ ପ୍ରବାସି ବିଲକୁ ପାରିତ କରିବେ । ଯେଉଁଥିରେ ଇଂଲିଶ ଚ୍ୟାନେଲ ଦ୍ୱାରା ବ୍ରିଟେନରେ ଛୋଟ ଡଙ୍ଗାରେ ଆସୁଥିବା ଅବୈଧ ପ୍ରବାସିଙ୍କ ଉପରେ ରୋକ ଲାଗାଯିବ । ଏହି ବିଲ ଆଧାରରେ ବ୍ରିଟେନ ସରକାର ସମସ୍ତ ଛୋଟ ଡଙ୍ଗା ଉପରେ ରୋକ ଲଗାଇବେ ଓ ଯେଉଁମାନେ ଇଂଲିଶ ଚ୍ୟାନେଲ ଜରିଆରେ ଅବୈଧ ଭାବେ ବ୍ରିଟେନରେ ପ୍ରବେଶ କରିବେ ସେମାନଙ୍କୁ ଧରି ନିର୍ବାସିତ କରାଯିବ ଓ ଏମାନେ କେବେ ବ୍ରିଟେନ ଆସିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଯିବ ।

Leave a Reply

Your email address will not be published. Required fields are marked *