ଅପରାଧ

ଫୁଟବଲ୍‌ ଖେଳି ସାରି ଫେରୁଥିବା ବେଳେ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌, ୩ ଖେଳାଳିଙ୍କ ମୃତ୍ୟୁ

କୋଇଡ଼ା: ଫୁଟବଲ ଖେଳି ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ଅଜଣା ଦ୍ରୁତଗାମୀ ଟ୍ରକ୍‌ ବାଇକ୍‌ ଆରୋହୀ ୩ ଜଣ ଖେଳାଳିଙ୍କୁ ଧକ୍କା ଦେଇଛି। ଏଥିରେ ୩ ଜଣ ଖେଳାଳିଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। କିନ୍ତୁ ସମସ୍ତ ଯୁବକ ତୋଡ଼ା ବସ୍ତିର ବୋଲି ଜଣାପଡ଼ିଛି।ସୂଚନା‌ ଅନୁସାରେ ୩ ଜଣ ଫୁଟବଲ ଖେଳାଳି ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ବାଇକ୍‌ ଆରୋହୀମାନଙ୍କୁ ୫୨୦ ନମ୍ବର ଜାତୀୟ ପଥର କୋଇଡା ଥାନା ତୋଡା ବସ୍ତି ବେଞ୍ଜାଢ଼ି ବ୍ରିଜ ନିକଟରେ ଆଜି ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତଦେହଗୁଡ଼ିକ ରାସ୍ତାରେ ପଡ଼ିଥିଲା। ରାସ୍ତାରେ ଯାତାୟତ କରୁଥିବା ଲୋକେ ପୁଲିସକୁ ଖବର ଦେଇଥିଲେ।।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ୩ଟି ମୃତଦେହ ଉଦ୍ଧାର କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଟ୍ରକ୍‌ ଡ୍ରାଇଭର ଫେରାର ହୋଇଛି।

Leave a Reply

Your email address will not be published. Required fields are marked *