ମନୋରଞ୍ଜନ

ଅଭିନେତ୍ରୀଙ୍କ ଭାଙ୍ଗିଗଲା ସ୍ବାମୀଙ୍କ ସହ ଥିବା ୧୯ବର୍ଷର ସମ୍ପର୍କ

ବମ୍ବେ: ‘ଭାବିଜୀ ଘର ପେ ହୈ’ର ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କୁ ନେଇ ଏକ ଦୁଃଖ ଖବର ସାମ୍ନାକୁ ଆସିଛି।  ଶୁଭାଙ୍ଗୀ ୧୯ବର୍ଷ ପରେ ସ୍ବାମୀ ପୀୟୁଷ ପୁରୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।

ଟେଲି ଚକ୍କରର ଅଫିସିଆଲ ଇନଷ୍ଟା ପେଜରେ ଏହି ଖବର ପୋଷ୍ଟ ହୋଇଛି। ଯେଉଁଥିରେ ଲେଖାହୋଇଛି, ‘ଭାବିଜୀ ଘର ପେ ହୈ’ର ଫେମ ଶୁଭାଙ୍ଗୀ ଆତ୍ରେ ସ୍ବାମୀ ପୀୟୁଷ ପୁରୀଙ୍କ ଠାରୁ ବିବାହର ୧୯ବର୍ଷ ପରେ ଅଲଗା ହୋଇଛନ୍ତି।’

ତେବେ ୨୦୦୩ରେ ଶୁଭାଙ୍ଗୀ ଇନ୍ଦୋରରେ ପୀୟୁଷଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ ଶୁଭାଙ୍ଗୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କୁହାଯାଉଛି କି ଶୁଭାଙ୍ଗୀ ଓ ପୀୟୁଷଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏହି କାରଣରୁ ଦୁହେଁ ବର୍ଷେ ହେବ ଶୁଭାଙ୍ଗୀ ଝିଅଙ୍କୁ ନେଇ ଅଲଗା ରହୁଥି‌ଲେ।

ଅନେକ ଦିନ ବିତିଯାଇଥ‌ିଲେ ବି ଦୁହିଁଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ତେଣୁ ପରସ୍ପରଠାରୁ ଅଲଗା ହୋଇଯିବା ପାଇଁ ଦୁହେଁ ସ୍ଥିର କରିଥିଲେ। ଆଉ ଦୀର୍ଘ ୧୯ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇ ଶୁଭାଙ୍ଗୀ ଓ ପୀୟୁଷ ନିଜନିଜ ରାସ୍ତାରେ ଆଗକୁ ବଢ଼ିବାକୁ ସ୍ଥିର କରିଛନ୍ତି।

୨୦୦୬ରେ ‘କସୌଟି ଜିନ୍ଦେଗୀ କି’ରୁ ଅଭିନୟରେ ଜୀବନ ଆରମ୍ଭ କରିଥିଲେ ଶୁଭାଙ୍ଗୀ। ଏହାପରେ ସେ ‘କସ୍ତୁରୀ’, ‘ଚିଡିଆ’ ଘର ଭଳି ସୋ’ରେ କାମ କରିଥିଲେ। । ତେବେ ‘ଭାବିଜୀ ଘର ପେ ହୈ’ ତାଙ୍କୁ ‌‌ବହୁ ଲୋକପ୍ରିୟତା ଭେଟି ଦେଇଥିଲା।

One thought on “ଅଭିନେତ୍ରୀଙ୍କ ଭାଙ୍ଗିଗଲା ସ୍ବାମୀଙ୍କ ସହ ଥିବା ୧୯ବର୍ଷର ସମ୍ପର୍କ

  • Bima Chronicle

    Ye sab jawani ki baat hey ।Riste ka kuch matlab nahi janha name Fame samney ate hey ।

    Reply

Leave a Reply

Your email address will not be published. Required fields are marked *