Uncategorized

ସାମ୍ନାକୁ ଆସିଲା ନେପାଳରେ ହୋଇଥିବା ବିମାନ ଦୁର୍ଘଟଣା ସମୟର ଛାତିଥରା ଭିଡିଓ

କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ଆଜି ଏକ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ କରୁଥିବା ସମୟରେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ବିମାନରେ ୧୯ଜଣ ଥିବା ସହ ଏବେ ବିମାନର ପାଇଲଟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାଟି କିଭଳି ଘଟିଥିଲା, ତାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ସ୍ଥାନୀୟ ଲୋକ ରେକର୍ଡ କରିଥିବା ଭିଡିଓରେ ଦେଖାଯାଇଛି ଯେ, ବିମାନଟି ଏକ ଘର ପାଖରେ ଖସିପଡ଼ିବା ସହ ସେଥିରେ ନିଆଁ ଲାଗିଯାଇଛି। ବିମାନରୁ ବାହାରୁଥିବା ଧୂଆଁ ପାଖ ଅଞ୍ଚଳରେ ବ୍ୟାପି ଯାଇଛି।

Leave a Reply

Your email address will not be published. Required fields are marked *