ମୁଖ୍ୟ ଖବର

ରାଜ୍ୟ ବଜେଟ୍ : ୨୦୨୭ ସୁଦ୍ଧା ଚାଲିବ ଭୁବନେଶ୍ବର ମେଟ୍ରୋ ରେଳ

ଭୁବନେଶ୍ବର : ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମେଟ୍ରୋ ରେଳ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହା ଚଳାଚଳ କରିବ । ଏଥିପାଇଁ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଅଧିନରେ ୬୨୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜର ବଦେଟ ଅଭିଭାଷଣରେ କହିଛନ୍ତି ।ରାଜ୍ୟ ବଜେଟରେ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରିବା ସହ ମୋଟ ୫୮ ହଜାର ୧୯୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଆଗାମୀ ୫ ବର୍ଷରେ ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ । ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଂଚଳକୁ ସଡ଼କ ନିର୍ମାଣ କରାଯିବ ଓ ନଦୀ ଓ ଜଳାଶୟ ଉପରେ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଡ଼କ ଓ ସେତୁ ନିର୍ମାଣ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧୫୮୬୫ କୋଟିର ବ୍ୟୟବରାଦ କରାଯାଇଛି ।ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ବ୍ୟୟବରାଦକୁ ୨୬ ପ୍ରତିଶତ ବୃଦ୍ଧି କରି ୯୪୫୬ କୋଟି ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୯୭୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *