ବାଣିଜ୍ୟ

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ୧୧୧ କୋଟି ଖର୍ଚ୍ଚ

ଭୁବନେଶ୍ବର: ରାଜ୍ୟକୁ ନିବେଶ ପାଇଁ କମ୍ପାନିଗୁଡ଼ିକୁ ଆକୃଷ୍ଟ କରିବା ଲାଗି ପୂର୍ବର ନବୀନ ପଟ୍ଟନାୟକଙ୍କ ସରକାର ଭୁବନେଶ୍ବରଠାରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଆୟୋଜନ କରିଆସୁଥିଲେ। ୨୦୧୬ ମସିହାରେ ପ୍ରଥମ ସମ୍ମିଳନୀ ହୋଇଥିଲା। ଦ୍ବିତୀୟ ସମ୍ମିଳନୀ ୨୦୧୮ରେ ହୋଇଥିଲା। ପ୍ରତି ୨ ବର୍ଷରେ ଥରେ ହେଉଥିବା ଏହି ସମ୍ମିଳନୀ କିନ୍ତୁ କୋଭିଡ୍‌ ମହାମାରୀ ପାଇଁ ୨୦୨୦ରେ ହୋଇ ପାରି ନଥିଲା। ବିଜେଡି ସରକାର ୨୦୨୨ ମସିହାରେ ତୃତୀୟ ଥର ପାଇଁ ରାଜଧାନୀର ଜନତା ମଇଦାନରେ ଏହି ସମ୍ମିଳନୀ କରିଥିଲେ। ଏହି ୩ଟି ଯାକ ସମ୍ମିଳନୀରେ ବର୍ତ୍ତମାନ ସୁଦ୍ଧା ୧୧୧ କୋଟି ୪୦ ଲକ୍ଷ ୪୨ ହଜାର ୬୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସମ୍ମିଳନୀ ଆାୟୋଜନ ପାଇଁ ରାଜକୋଷରୁ ବଢ଼ିବାରେ ଲାଗିଛି। ପ୍ରଥମ ସଂସ୍କରଣରେ ରାଜ୍ୟ ସରକାର ୨୧ କୋଟି ୪ ଲକ୍ଷ ୭୦ ହଜାର ୬୨ ଟଙ୍କା ୧୮ ପଇସା ଖର୍ଚ୍ଚ କରିଥିଲେ। କିନ୍ତୁ ଦ୍ବିତୀୟ ସଂସ୍କରଣ ବେଳକୁ ଏ ବାବଦରେ ରାଜ୍ୟ ସରକାର ୩୨ କୋଟି ୬୨ ଲକ୍ଷ ୭୨ ହଜାର ୫୬୩ ଟଙ୍କା ୮୩ ପଇସା ଖର୍ଚ୍ଚ କରିଛନ୍ତି। ୨୦୧୬ ତୁଳନାରେ ୨୦୧୮ରେ ନିବେଶ ସମ୍ମିଳନୀ ପାଇଁ ପାଖାପାଖି ୧୧ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଥିଲେ। କିନ୍ତୁ ୨୦୨୨ରେ ହୋଇଥିବା ସମ୍ମିଳନୀ ବାବଦରେ ରାଜ୍ୟ ସରକାର ୫୭ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରଥମ ସମ୍ମିଳନୀ ତୁଳନାରେ ଏହା ପ୍ରାୟ ୪୬ ‌‌କୋଟି ବୋଲି ବିଧାନସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତିି।

Leave a Reply

Your email address will not be published. Required fields are marked *