ମୁଖ୍ୟ ଖବର

ଖୋଲୁଛି ପୂର୍ତ୍ତ ବିଭାଗରୁ ଲୁଟୁଥିବା ପାଣିକୋଇଲି ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କ କଳଙ୍କ ପେଡି

ଭୁବନେଶ୍ୱର : ରାଜ୍ୟସରକାରଙ୍କ ରାଜକୋଷ ଲୁଟିବାରେ ମାହିର ପାଣିକୋଇଲି ରେ ଅବସ୍ଥାପିତ ଧୂର୍ତ୍ତ, ଟାଉଟର ଓ ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇକୁ ଯାଜପୁର ରୁ ତଡିବାକୁ ବିଭିନ୍ନ ମହଲରେ ଦାବି ଯୋର ଧରିଛି /ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଯାଜପୁର ଜିଲ୍ଲାର ପ୍ରଭାବ ଶାଳୀ ନେତାଙ୍କ ବାହୁ ଛାୟା ତଳେ ରହି କୋଟି କୋଟି ଟଙ୍କା ର ମିଥ୍ୟା ବିଲ କରି ବିଜେଡି ପାଣ୍ଠିକୁ ଦେଉ ଥିବାର ଅଭିଯୋଗ ହୋଇଛି /ପାଣିକୋଇଲି ରେ ରହିଲା ଦିନ ଠାରୁ କୋଟିକୋଟି ଟଙ୍କାର କାମକୁ ୫ ଲକ୍ଷ ତଳକୁ କରି ନିଜ ଲୋକ ମାନଙ୍କୁ ବାଣ୍ଟି ଦିଅନ୍ତି /ପୂର୍ଣ୍ଣ ନାମକ ଦଲାଲ ସାମ୍ବାଦିକ ର କଥାରେ ଯନ୍ତ୍ରୀ ଦଳେଇ ବାବୁ ଠିକାଦାରଙ୍କୁ କାମ ଦେଇ ମୋଟା ଅଙ୍କର ପିସି ନେଉଥିବାର ଅଭିଯୋଗ ହୋଇଆସୁଛି /ଏବେ ଯାଜପୁର ରେ ବିଜେପି ର ଦବଦବା ରହିଥିବାରୁ ନିଜର ଗାଦିକୁ ବଜାୟ ରଖିବା ପାଇଁ ଦଳେଇ ବାବୁ ବିଂଝାରପୁର ବିଧାୟକ ପ୍ରମିଳା ମଲିକଙ୍କ ସରଣରେ ପଶିଛନ୍ତି ବୋଲି ଯାଜପୁର ରେ ଚର୍ଚ୍ଚା ହେଉଛି /ମିଥ୍ୟା ବିଲ କରି ସରକାରୀ ଧନକୁ ଚୋରୀ କରିବାରେ ମାଷ୍ଟର ଯନ୍ତ୍ରୀ ଦଳେଇ ସଚିବ ଯାଦବ ବାବୁଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ସବୁ ଦୁର୍ନୀତି କୁ ଲୁଚାଇ ରଖିବାରେ ସଫଳ ହୋଇଛନ୍ତି /ନିର୍ବାଚନ ସରୁସରୁ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ସଚିବ ଭିଭି ଯାଦବ ଙ୍କୁ ଏକ କୋଟି ଟଙ୍କା ଦେଇ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୋଇବାରେ ସଫଳ ହୋଇଛନ୍ତି ବୋଲି ଖୋଦ ନିଜେ ଦଳେଇ ବାବୁ ସବୁ ଠିକାଦାର ଆଗରେ କହି ହେଉଛନ୍ତି /ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଭୁବନେଶ୍ୱର ରେ ଏସଡିଓ ଥିବା ସମୟରେ ମଧ୍ୟ୍ୟ କୋଟିକୋଟି ଟଙ୍କା ଲୁଟ କରି ନିଜ ସମ୍ପର୍କୀୟ ମାନଙ୍କ ନାମରେ ବେନାମୀ ପ୍ଲଟ, ଫ୍ଲାଟ କିଣିଥିବାର ଅଭିଯୋଗ ହେଉଛି /ସରକାରୀ ଅର୍ଥ ଲୁଟେରା ଡକାୟତ ପୂର୍ଣ୍ଣ ଦଳେଇ ଙ୍କ ଉପରେ ଭିଜିଲାନ୍ସ ତଦନ୍ତ ହେଲେ ବହୁତ କିଛି ତଥ୍ୟ ମିଳିବା ସହିତ ସେ କରିଥିବା ଅନେକ ଦୁର୍ନତି ର ଫର୍ଦାଫାଶ ହୋଇ ପାରିବ /ପାଣିକୋଇଲି ର ଏହି ଲୁଟେରା ଯନ୍ତ୍ରୀ ଟଙ୍କା ବ୍ୟାକ ଭର୍ତି ନୂଆ ମନ୍ତ୍ରୀଙ୍କୁ ଦେଇ ନିଜର ପଦବୀ କୁ ସୁରକ୍ଷିତ କରି ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ବାଲିଗୁଡା ର ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ପାତ୍ର ପ୍ରକାଶ କରିଛନ୍ତି /କଣ୍ଟାବାଞ୍ଜି ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା ମଧ୍ୟ୍ୟ କହିଛନ୍ତି ଯେ ମୋତେ ଆଚର୍ଯ୍ୟ ଲାଗୁଛି ପୂର୍ଣ୍ଣ ଦଳେଇ ବେନାମୀ କୋଟିକୋଟି ଟଙ୍କା ର ମାଲିକ ଏତେ ଶୀଘ୍ର ହେଲେ କିପରି /ଉପର ଅଫିସରଙ୍କୁ ଟଙ୍କା ଦେଇ ପୂର୍ଣ୍ଣ ଦଳେଇ ପ୍ରମୋସନ ପାଇବା ପଶ୍ଚିମ ଓଡିଶା ରେ ଥିବା ଯନ୍ତ୍ରୀ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି /ଅନ୍ୟତମ କୋରାପୁଟ ର ଅଧକ୍ଷଣ ଯନ୍ତ୍ରୀ ସତ୍ୟନାରାୟଣ ଖୁରା ପ୍ରକାଶ କରିଛନ୍ତି ଯେ ପୂର୍ଣ୍ଣ ଦଳେଇ ଯୋଗୁ ବିଭାଗ ବଦନାମ ହେଉଥିବାରୁ ତୁରନ୍ତ ତାଙ୍କୁ ଚାକିରୀ ରୁ ବହିଷ୍କାର କରାଯାଇ ତାଙ୍କ ଉପରେ ଭିଜିଲାନ୍ସ ତଦନ୍ତ କରା ଯିବା ଦରକାର /ନିଜକୁ ସଚିବ, ମନ୍ତ୍ରୀ ଭଳି ଭାବି ଏସଡିଓ ମାନଙ୍କୁ ଗାଳିଗୁଲଜ ଓ ପିସି ମାଗୁଥିବା ପୂର୍ଣ୍ଣ ଦଳେଇଙ୍କ କଳଙ୍କିତ ଗୁମର ଖୋଲିବାକୁ ଯାଜପୁର ର ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି /କ୍ରମଶଃ ””””’

Leave a Reply

Your email address will not be published. Required fields are marked *