ଖେଳ

୪ର୍ଥ ଟେଷ୍ଟ : ଖ୍ବାଜାଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୫୫/୪

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ଉସମାନ ଖ୍ବାଜାଙ୍କ ଶତକ ବଦଳରେ ନିଜର ସ୍ଥିତି ସୁଦୃଢ କରିପାରିଛି । ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ବିକେଟ ହରାଇ ୨୫୫ ରନ କରିପାରିଛି ।

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଉସମାନ ଖ୍ବାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଡ୍ ୩୨ରନ କରି ଆଉଟ ହେବାପରେ ଆସିଥିବା ମାର୍ନସ ଲାବୁସଚେନ ମଧ୍ୟ ମାତ୍ର ୩ ରନରେ ଆଉଟ ହୋଇଥିଲେ । ଅଧିନାୟକ ଷ୍ଟିଭେନ ସ୍ମିଥ ମଧ୍ୟ ୩୮ ରନ କରି ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ତେବେ କ୍ରିଜର ଗୋଟିଏ ପଟେ ଓପନର ଉସମାନ ଖ୍ବାଜା ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ । ଅନ୍ୟପକ୍ଷରେ କାମରୁନ ଗ୍ରୀନ ୪୯ରନ  କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ମହମ୍ମଦ ସମ୍ମି ୨ଟି ଓ୍ବିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ବୀନ ଓ ରବିନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ପହଞ୍ଚିବାକୁହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେବ । ଅଷ୍ଟ୍ରେଲିଆ ପୂର୍ବରୁ ହିଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିସାରିଛି ।

Leave a Reply

Your email address will not be published. Required fields are marked *