ମନୋରଞ୍ଜନ

ପଠାନ’କୁ ପଛରେ ପକାଇଲା ‘ତୁ ଝୁଠି ମୈ ମକ୍କର’

ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବମ୍ପର ରୋଜଗାର କରିଛି। କେବଳ ଏତିକି ନୁହେଁ, ଆଇଏମଡିବି ରେଟିଂ ଅନୁଯାୟୀ ସୁପରଷ୍ଟାର ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ତୁ ଝୁଠି ମୈ ମକ୍କର’ ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ପଠାନ’କୁ ପଛରେ ପକାଇଛି। ତେବେ ଶାହାରୁଖଙ୍କ ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ର ଆଇଏମଡିବି ରେଟିଂ ବିଷୟରେ କହିବାକୁ ଗଲେ ଏହା ୧୦/୬.୪ ଅଟେ । ଅନ୍ୟ ପଟେ, ଯଦି ଆମେ ‘ତୁ ଝୁଠି ମୈ ମକ୍କରର’ ସର୍ବଶେଷ ଆଇଏମଡିବି ରେଟିଂ ହେଉଛି ୧୦/୬.୭। ଏଭଳି ପରିସ୍ଥିତିରେ ରଣବୀର କପୁରଙ୍କ ଅଭିନୀତ ‘ତୁ ଝୁଠି ମୈ ମକ୍କର’ ବର୍ତ୍ତମାନ ଆଇଏମଡିବି ରେଟିଂ ଦୃଷ୍ଟିରୁ ‘ପଠାନ’ଠାରୁ ଆଗରେ ରହିଛି। କିନ୍ତୁ କୌଣସି ଚଳଚ୍ଚିତ୍ର ବକ୍ସ ଅଫିସ ସଂଗ୍ରହରେ ଶାହାରୁଖ ଖାନଙ୍କ ‘ପଠାନ’କୁ ଅତିକ୍ରମ କରିପାରିବ ନାହିଁ। ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମଟି ମାର୍ଚ୍ଚ ୮ରେ ରିଲିଜ ହୋଇଛି।

Leave a Reply

Your email address will not be published. Required fields are marked *