ଦେଶ- ବିଦେଶ

ବାଂଲାଦେଶରେ ଅନ୍ତରୀଣ ସରକାରଙ୍କ ଶପଥ ଗ୍ରହଣ: ଶୁଭେଚ୍ଛା ଜଣାଇଲେ ମୋଦୀ

ଢାକା: ହିଂସାଗ୍ରସ୍ତ ବାଂଲାଦେଶରେ ଆଜି ନୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ନୂ୍ଆ ମୁଖ୍ୟ ହୋଇଛନ୍ତି। ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଆଜି ଶପଥ ନେଇଛନ୍ତି। ବଙ୍ଗଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଆଜି ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି। ୟୁନୁସଙ୍କ ସହ ଆଜି ଅନ୍ୟ ୭ ଜଣ ନେତା ମଧ୍ୟ ଶପଥ ନେଇଛନ୍ତି। ବାଂଲାଦେଶ ଜାତୀୟ ସଂଗୀତ ସହ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବାଂଲାଦେଶରେ ଶାନ୍ତି ଓ ପ୍ରଗତି ପାଇଁ ମିଳିତ ଭାବେ କାମ କରିବାକୁ ଆଶ୍ବସ୍ତ କରିଛନ୍ତି।ବାଂଲାଦେଶରେ ନୂଆ ସରକାର ଗଠନ ହେବାପରେ ନାଗରିକଙ୍କ ସୁରକ୍ଷା ନେଇ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଛି। ୟୁନୁସ ଆଜି ପ୍ୟାରିସରୁ ଫେରିବାପରେ ପ୍ରଥମେ ବିମାନବନ୍ଦରରେ ଉଦ୍‌ବୋଧନ ଦେଇ ନାଗରିକଙ୍କ ସୁରକ୍ଷା ଅନ୍ତରୀଣ ସରକାରର ସବୁଠାରୁ ବଡ଼ ପ୍ରାଥମିକତା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦେଶରେ କାହା ଉପରେ ଆକ୍ରମଣ ହେବନାହିଁ ଏବଂ ଆଇନର ଶାସନ ଫେରିବ ବୋଲି ସେ କହିଥିଲେ। ବାଂଲାଦେଶ ପରିସ୍ଥିତି ଉପରେ ଏବେ ସମଗ୍ର ବିଶ୍ବର ନଜର ରହିଥିବା ବେଳେ ଭାରତ ପାଇଁ ଏହା ବହୁତ ବଡ଼ କୂଟନୈତିକ ଚ୍ୟାଲେଂଜ ହୋଇଛି।

Leave a Reply

Your email address will not be published. Required fields are marked *