ଦେଶ- ବିଦେଶ

ଜେଲରୁ ବାହାରିଲେ ସିସୋଦିଆ,

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଡେପୁଟି ସିଏମ୍ ମନୀଷ ସିସୋଦିଆ ୧୭ ମାସ ପରେ ତିହାର ଜେଲରୁ ମୁକୁଳିଛନ୍ତି। ଜେଲରୁ ବାହାରିବା ପରେ ସେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ମୁକ୍ତ ମନୀଷ ସିସୋଦିଆଙ୍କ ନମସ୍କାର ଆପଣ ସମସ୍ତଙ୍କୁ । ତିହାରର ୧୭ ମାସ ମଧ୍ୟରେ କେବଳ ମୁଁ ଦୁଃଖ ଭୋଗିନଥିଲି, ଆପଣମାନେ ସମସ୍ତେ ଦୁଃଖ ମଧ୍ୟ ଭୋଗିଥିଲେ ।“ମନୀଷ ସିସୋଦିଆ ଆହୁରି କହିଛନ୍ତି, “ବାବା ସାହେବ ସ୍ୱପ୍ନ ଦେଖିଥିଲେ ଯେ କୌଣସି ଏକଛତ୍ରବାଦୀ ସରକାର ସମ୍ବିଧାନର ଦୁରୁପଯୋଗ କରିବେ ନାହିଁ। ସମ୍ବିଧାନ ଏକଛତ୍ରବାଦରୁ ରକ୍ଷା କରିବ। ସମ୍ବିଧାନର କ୍ଷମତା ଯୋଗୁଁ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବାହାରିବେ। ଭାଙ୍ଗିଯିବ ଦେଶର ତାଲା, ବାହାରକୁ ଆସିବେ ଅରବିନ୍ଦ କେଜ୍ରିୱାଲ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ଦୁର୍ନୀତିର କେବଳ ଗୋଟିଏ କାଳ, କେଜ୍ରିୱାଲ, କେଜ୍ରିୱାଲ।“ଜେଲରୁ ବାହାରିବା ପରେ ମନୀଷ ସିସୋଦିଆ ‘ଇନକିଲାବ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଜେଲ ବାହାରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆପ୍ ମନ୍ତ୍ରୀ ଆତିଶୀ ଏବଂ ଦଳର ସାଂସଦ ସଞ୍ଜୟ ସିଂହ ତାଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *