ଦେଶ- ବିଦେଶ

ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ

ନଭି ମୁମ୍ବାଇ: ବାଂଲାଦେଶରେ ଏକ ଗମ୍ଭୀର ପରିସ୍ଥିତି ମଧ୍ୟରେ ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବାଂଲାଦେଶ-ଭାରତ ସୀମାରୁ ଅନୁପ୍ରବେଶ କରି ସେଠାରୁ ନଭି ମୁମ୍ବାଇରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ନଭି ମୁମ୍ବାଇରେ ପହଞ୍ଚିବା ପରେ କୋପରଖାଇରାନେ ଅଞ୍ଚଳରେ ବେଆଇନ ଭାବେ ରହୁଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି।ବାଂଲାଦେଶରେ ନିର୍ବାଚିତ ସରକାର ବିତାଡ଼ିତ ହେବା ସହ ଅନ୍ତରୀଣ ସରକାର ଗଠନ ପରେ ମଧ୍ୟ ହିଂସା ଓ ବିକ୍ଷୋଭ ଜାରି ରହିଛି। ଅନ୍ତରୀଣ ସରକାରଙ୍କ ନେତା ମହମ୍ମଦ ୟୁନୁସ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ସତ୍ତ୍ୱେ ଦେଶରେ ହିଂସା କାଣ୍ଡ ଘଟୁଥିବା ଖବର ସାମ୍ନାକୁ ଆସୁଛି । ଏପରିସ୍ଥିତି ଲକ୍ଷ ଲକ୍ଷ ଲୋକ ଭାରତ ସୀମାରେ ପହଞ୍ଚିଛନ୍ତି ଓ ଭାରତରେ ଶରଣ ପାଇଁ ଆଶାୟୀ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବି ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି । ସେହିପରି ହିନ୍ଦୁ ଶରଣାର୍ଥୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଏକ ସତନ୍ତ୍ର କମିଟି ଗଠନ କରିଛନ୍ତି ।

Leave a Reply

Your email address will not be published. Required fields are marked *