ରାଜନୀତି

ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ, ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂପର୍କ ରହିଛି

ଶ୍ରୀନଗର : ନ୍ୟାସନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଭିତିରିଆ ସଂପର୍କ ରହିଛି ।ସୀମାରେ ବ୍ୟାପକ ମୁତୟନ ସତ୍ତ୍ୱେ ଆତଙ୍କବାଦୀମାନେ କିପରି ଅନୁପ୍ରବେଶ କରିବାରେ ସକ୍ଷମ ହେଲେ ବୋଲି ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ସେନା ଶତ୍ରୁଙ୍କ ସହ ହାତମିଳାଇଛି। ସେଥିପାଇଁ ବ୍ୟାପକ ମୁତୟନ ସତ୍ତ୍ୱେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି।ଆମ ସୀମାରେ ବ୍ୟାପକ ସୈନ୍ୟ ମୁତୟନ କରାଯାଇଛି, ଯାହା ବିଶ୍ୱର ସବୁଠାରୁ ବଡ଼ ମୁତୟନ। ଏତେ ବ୍ୟାପକ ଉପସ୍ଥିତି ସତ୍ତ୍ୱେ ଆତଙ୍କବାଦୀମାନେ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଜାରି ରଖିଛନ୍ତି। ଏମାନେ ସମସ୍ତେ ସଲାସୁତୁରା କରିଛନ୍ତି ବୋଲି ସେ କହିଛନ୍ତି ।ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଭାରତୀୟ ସେନାର ଦୁଇ ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ସହିଦ ହେବାର ଗୋଟିଏ ଦିନ ପରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *