ଧର୍ମ

ହିନ୍ଦୁ ଓ ମୁସଲିମ ଏକତ୍ର ଖେଳିଲେ ହୋଲି


ନିମାପଡ଼ା : ଦୋଳଯାତ୍ରା ଓ ହୋଲିଖେଳ ହିନ୍ଦୁ ପରିବାର ର ଏକ ମୁଖ୍ୟ ଉତ୍ସବ। କିନ୍ତୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବଡ ମାଛପୂର – ରେଙ୍ଘାଳ ଠାରେ ଏକ ନିଆରା ଢଙ୍ଗରେ ହିନ୍ଦୁ ମୁସଲିମ ଉଭୟ ସଂପ୍ରଦାୟର ଲୋକମାନେ ମିଳିମିଶି ଏକତ୍ର ହୋଲି ଖେଳି ଥିବାରୁ ଏହା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି।
ପରମ୍ପରା ଅନୁଯାୟୀ କାହିଁ କେତେ କାଳରୁ ଫଗୁ ଦଶମି ଠାରୁ ୫ଦିନ ବ୍ୟାପୀ ବଡ ମାଛପୂର ଗାଁର ଗୋପୀନାଥଦେବ ଓ ରେଙ୍ଘାଳ ଗ୍ରାମର ଭୁବନେଶ୍ଵର ଦେବ ଗାଁ ଗାଁ ପରିକ୍ରମା କରି ଦ୍ୱାରୀ ଭୋଗ ଖାଇ ଆସୁଛନ୍ତି। ଦୋଳ ପୂର୍ଣ୍ଣିମା ଦିନ ଗାଁ ମେଳଣ ପଡିଆରେ ଦୁଇ ଠାକୁରଙ୍କ ନିକଟରେ ପଂକ୍ତି ଭୋଗ ଲାଗି କରା ଯାଇଥିଲା । ଏହା ପରେ ହରିହର ଭେଟ ପାଇଁ ଉଭୟ ଗାଁ ର ମେଣ୍ଢା କୁଡିଆ ପଡିଆ ପର୍ଯ୍ୟନ୍ତ ଦୁଇ ସମ୍ପ୍ରଦାୟ ର ହଜାର ହଜାର ଲୋକ ମାନଙ୍କ ଉପସ୍ଥିତିରେ ପାରମ୍ପାରିକ ନୃତ୍ୟ ଗୀତ ବାଦ୍ୟର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରା ରେ ଦୁଇ ଠାକୁର ଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ବେଳେ ଉଭୟ ସଂପ୍ରଦାୟର ଲୋକେ ପରସ୍ପର କୁ ଫଗୁ (ଅବିର) ବୋଳି ପବିତ୍ର ଦୋଳ ଉତ୍ସବ ଓ ହୋଲିର ଶୁଭେଛା ଜଣାଇଥିଲେ । ଏହି ଭାଇଚାରାର ପର୍ବରେ ସାମିଲ ହେବା ପାଇଁ ଉଭୟ ସଂପ୍ରଦାୟ ର ଲୋକଙ୍କ ଘରେ ବନ୍ଧୁ ବାନ୍ଧବ ଙ୍କ ଭିଡ ଲାଗିବା ସହ ଦେଖଣାହାରୀ ଙ୍କ ମଧ୍ୟ ଭିଡ ଦେଖିବାକୁ ମିଳିଥିଲା । ଏହି ହୋଲି ପର୍ବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସାମିଲ ହେବା ସହ ଆମେ ସମସ୍ତେ ଭାଇ ଭାଇ, ଏହି ବାର୍ତ୍ତା ଏହି ଗାଁ ର ଉଭୟ ସଂପ୍ରଦାୟ ସମସ୍ତ ଙ୍କୁ ଜଣାଇ ଦେଇଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *