ମୁଖ୍ୟ ଖବର

ପୂର୍ତ୍ତ ବିଭାଗର ପାଣିକୋଇଲି ଡିଭିଜନ ରେ ମହା ଦୁର୍ନୀତି କରୁଥିବା ପୂର୍ଣ୍ଣ ଦଳେଇ କୁ ଭିଜିଲାନ୍ସ ବାନ୍ଧିବ କେବେ?

ଭୁବନେଶ୍ୱର : ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନ ରେ କୁବେରପତି ଅଧିକ୍ଷଣ ଥିବା ପୂର୍ଣ୍ଣ ଦଳେଇ କୁ ଭିଜିଲାନ୍ସ ଧରିବ କେବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଯନ୍ତ୍ରୀ ଦଳେଇ ପୂର୍ବତନ ବିଧାୟକ, ପ୍ରଣବ ଦାସ ଓ ପ୍ରୀତି ରଞ୍ଜନ ଘଡେଇଙ୍କ ଛାତ୍ର ଛାୟା ତଳେ ରହି କୋଟିକୋଟି ଟଙ୍କା ର ଦୁର୍ନୀତି କରିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ବାହୁବଳୀ ଡକାୟତ ଯନ୍ତ୍ରୀ ନିଜକୁ ସଚିବ ଓ ବିଧାୟକ ର ଅତି ଖାସ ଲୋକ କହି ମନ ଇଛା ଠିକାଦାରଙ୍କୁ କାମ ବାଣ୍ଟି ମୋଟା ଅଙ୍କର ଅର୍ଥ ପିସି ନିଅନ୍ତି l ଏପରିକି ଭିଜିଲାନ୍ସ ଜାଲରେ ପଡି ବନ୍ଧା ହୋଇଥିବା କଟକ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କ ଅତି ବିଶ୍ୱସ୍ତ ଥିଲେ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ l ଝାରପଡା ଜେଲ ରେ ଥିବା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ କଳା ଟଙ୍କା ରେ ୩୦ରୁ ଉର୍ଦ୍ଧ ପ୍ଲଟ କିଣାବିକାରେ ପୂର୍ଣ୍ଣ ଦଳେଇ ସହଯୋଗ କରିଥିଲେ ବୋଲି ପ୍ରଦୀପ ରଥ ଆମର ପ୍ରତିନିଧି ଙ୍କୁ କହିଥିଲେ l ସୁକିନ୍ଦା, ଯାଜପୁର ରୋଡ଼, ବରୀ, ବିଂଝାରପୁର, ଦଶରଥପୁର, କୁଆଖିଆ, ଗୋପାଳପୁର, ଧର୍ମଶାଳା ଯାଜପୁର ଟାଉନ ରେ ହେଉଥିବା କାମରେ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ମୋଟା ଅଙ୍କର ଅର୍ଥ ପିସି ନିଅନ୍ତି ବୋଲି ଏସଡିଓ ମାନେ ମତ ରଖିଛନ୍ତି l ଭୁବନେଶ୍ୱର ରେ ମହା ଦୁର୍ନୀତି କରି ପାଣିକୋଇଲି ଡିଭିଜନ କୁ ଯାଇଥିବା ପୂର୍ଣ୍ଣ ଦଳେଇ ଗତ ନିର୍ବାଚନ ରେ ବିଜେଡି ଦଳୀୟ ପାଣ୍ଠିକୁ ୮୦ କୋଟି ଟଙ୍କା ଚାନ୍ଦା ଦେଇଥିବାର କେହି ତାଙ୍କ ର କିଛି କରିପାରିବେନି ବୋଲି ଖୋଦ ଦଳେଇ କହିବୁଲୁଛନ୍ତି l ଅମାପ ସରକାରୀ ଅର୍ଥ ଲୁଟ କରିଥିବା ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଧର୍ମଶାଳା ରଙ୍ଗଶାଳା ର ନିୟମିତ ହାଇପ୍ରୋଫାଇଲ ଗ୍ରାହକ ଥିଲେ ବୋଲି ଚର୍ଚ୍ଚା ହେଉଛି l ଏଠାରେ ସୂଚାଇ ଦିଆଯାଉପାରେ ଯେ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ କେତେଜଣ ଯନ୍ତ୍ରୀଙ୍କ ବଦଳିକୁ ବାତିଲ କରି ପାଣିକୋଇଲି ଡିଭିଜନକୁ ଲୁଟିବାକୁ ଯାଇଛନ୍ତି l ଦୁର୍ନୀତିର ର ସର୍ଦାର ଡକାୟତ ପୂର୍ଣ୍ଣ ଦଳେଇ ଏ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା, ୨ କେଜି ସୁନା ର ମାଲିକ ହେବା ସହିତ ରାଜ୍ୟରେ ବିଭିନ୍ନ ସ୍ଥାନରେ ୧୫୦ ରୁ ଉର୍ଦ୍ଧ ପ୍ଲଟ କିଣିଥିବାର ଚର୍ଚ୍ଚା ହେଉଛି l ଭିଜିଲାନ୍ସ ବିଭାଗକୁ ନିଜ ପକେଟ ରେ ପୁରାଇ ରଖିଥିବାରୁ କେହିକିଛି ମୋର ବଙ୍କା କରିପାରିବେନି ବୋଲି କହିବୁଲୁଛନ୍ତ l ଯାଜପୁର ପ୍ରଗତି ନୁହେଁ ଜିଲ୍ଲାକୁ ଲୁଟି ନିଜର ପେଟକୁ ଫୁଲାଇ ସାରିଲେଣି ଯନ୍ତ୍ରୀ ଦଳେଇ l ୧ କୋଟି ଟଙ୍କା ଲାଞ୍ଚ ଦେଇ ଏହି ଲାଞ୍ଚୁଆ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି l ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ପାଣିକୋଇଲି ର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଭିଜିଲାନ୍ସ ରେଡ ବେଳେ କହିଛନ୍ତି ମୋଠାରୁ ଅଧିକ ସରକାରୀ ଅର୍ଥ ଲୁଟିଥିବା ପୂର୍ଣ୍ଣ ଦଳେଇ କୁ ତଦନ୍ତ ପରିସରକୁ ଭିଜିଲାନ୍ସ ନେବା ଦରକାର କାରଣ ସେ ବି ପିସି ଖାଇ ମାଲ ମାଲ ହୋଇଛି l

Leave a Reply

Your email address will not be published. Required fields are marked *