ରାଜ୍ୟ

ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ଚର୍ଚ୍ଚିତ ପୁତ୍ର ବିତ୍ତିହୋତ୍ରଙ୍କ ପରଲୋକ: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଭୁବନେଶ୍ବର: ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ଚର୍ଚ୍ଚିତ ପୁତ୍ର ବିତ୍ତିହୋତ୍ର ମହାନ୍ତିଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର। ରାଜସ୍ଥାନରେ ବିତ୍ତିହୋତ୍ରଙ୍କ ନାଁରେ ଜର୍ମାନର ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କୁ ପୁଲିସ ଗିରଫ କରିଥିଲା। ଜେଲରେ ରହି ଘରକୁ ପାରୋଲରେ ଆସିବା ପରେ କଟକରୁ ସେ ଫେରାର ମାରିଥିଲେ। ସେ ରାଘବ ରାଜନ୍ ନାଆଁରେ ଲୁଚି ରହି ଏକ ବ୍ୟାଙ୍କରେ କାମ କରୁଥିବା ବେଳେ ପୁଣି ପୁଲିସ ହାତରେ ଧରାପଡ଼ିଥିଲେ।ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ।

Leave a Reply

Your email address will not be published. Required fields are marked *