ରାଜନୀତି

୫ ମାସ ମଧ୍ୟରେ ସେୟାର ବଜାରରୁ ୪୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି ରାହୁଲ

ନୂଆଦିଲ୍ଳୀ: ବିରୋଧୀ ଦଳ ନେତାଙ୍କ ବୟାନ ସେୟାର ବଜାରକୁ ପ୍ରଭାବିତ କରୁଛି ବୋଲି ବିଜେପି କହୁଥିବା ବେଳେ ଏହି ସମୟରେ ସାମ୍ନାକୁ ଆସିଛି ସେୟାର ବଜାରରେ ରାହୁଲଙ୍କ ରୋଜଗାରର ପରିମାଣ।ରାହୁଲ ସେୟାର ମାର୍କେଟରେ ଟଙ୍କା ଲଗାନ୍ତି। ଗତ ୫ ମାସ ମଧ୍ୟରେ ରାହୁଲ ସେୟାର ବଜାରରୁ ୪୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି। ସୂଚନା ମୁତାବକ, ୧୫ ମାର୍ଚ୍ଚ, ୨୦୨୪ରେ ଷ୍ଟକ ମାର୍କେଟରେ ରାହୁଲଙ୍କର ସମ୍ପତ୍ତି ୪ କୋଟି ୩୩ ଲକ୍ଷ ଟଙ୍କା ଥିଲା। ଅଗଷ୍ଟ ୧୨ ଅର୍ଥାତ ସୋମବାର ସୁଦ୍ଧା ରାହୁଲଙ୍କ ସମ୍ପତ୍ତି ୪ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ରାହୁଲ ଗାନ୍ଧୀ ଲୋକସଭାରେ ଦାଖଲ କରିଥିବା ସମ୍ପତି ତାଲିକାରେ ସେ ଅର୍ଥ ବିନିଯୋଗ କରିଥିବା ଷ୍ଟକର ତଥ୍ୟ ଦେଇଥିଲେ। ଏହି ଷ୍ଟକର ମୂଲ୍ୟ ବୃଦ୍ଧିକୁ ଆଳକନ କଲେ ରାହୁଲ ୫ ମାସରେ ୪୬ ଲକ୍ଷ ୪୯ ହଜାର ଟଙ୍କା ଲାଭ କରିଥିବା ସୂଚନା ମଳିଛି। ରାହୁଲ ମୋଟ ୨୪ ଟି କମ୍ପାନୀରେ ଅର୍ଥ ବିନିଯୋଗ କରିଛନ୍ତି। ସେଥିରୁ ୨୦ ଟି କମ୍ପାନୀର ଷ୍ଟକର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ୪ ଟିରେ କ୍ଷତି ସହିଛନ୍ତି। ଛୋଟ କମ୍ପାନୀ ଭର୍ଟେଜ ଆର୍ଡଭାଟାଇଜିଂ ରାହୁଲଙ୍କୁ ସବୁଠୁ ଅଧିକ ଲାଭ ଦେଇଛି। ଭର୍ଟେଜ ଆର୍ଡଭାଟାଇଜିଂର ସେୟାରର ମୂଲ୍ୟ ମାର୍ଚ୍ଚ ୧୫ରେ ୨୬୦ ଟଙ୍କା ଥିଲା। ଯାହା ଏବେ ୫୨୦୦ ଛୁଇଁଛି।

Leave a Reply

Your email address will not be published. Required fields are marked *