ମନୋରଞ୍ଜନ

ସ୍ବପ୍ନା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଗାୟିକା ତଥା ନୃତ୍ୟାଙ୍ଗନା ସ୍ବପ୍ନା ଚୌଧୁରୀ ଅସୁବିଧାରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଠକେଇର ଏକ ମାମଲା ରୁଜୁ ‌ହୋଇଛି। ଏହି ମାମଲାରେ ସପନାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।ସୂଚନାଯୋଗ୍ୟ, ସ୍ବପ୍ନା ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଅର୍ଥନୈତିକ ଅପରାଧ ଶାଖାରେ ମିଳିତ ଅଭିଯୋଗ ଠକେଇ ଅଭିଯୋଗ ହୋଇଥିଲା। ସ୍ବପ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ କରିବା ପରେ ଅର୍ଥନୈତିକ ଅପରାଧ ଶାଖା ସପନା ଚୌଧୁରୀଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।ଏହାପରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ହାଇପ୍ରୋଫାଇଲ ଠକେଇ ମାମଲାରେ ସ୍ବପ୍ନା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହି ଘଟଣାରେ ଅନେକ ପୀଡ଼ିତା ସମ୍ପୃକ୍ତ ଅଛନ୍ତି।ତେବେ ସ୍ବପ୍ନାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୮ ଅକ୍ଟୋବର ୧୩ରେ ତାଙ୍କ ବିରୋଧରେ ଲକ୍ଷ୍ମୌର ଆଶିୟାନା ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା।ଅଭିଯୋଗକାରୀ ଅଭିଯୋଗ କରି କହିଥିଲେ, ଲକ୍ଷ୍ନୌର ସ୍ମୃତି ଉପବନରେ ମଧ୍ୟାହ୍ଣ ୩ଟାରୁ ରାତି ୧୦ଟା ଯାଏଁ ସ୍ବପ୍ନାଙ୍କ ଏକ ପ୍ରୋଗ୍ରାମ ଥିଲା। ଏହି କାର୍ଯ୍ୟକ୍ରମରେ ଏଣ୍ଟ୍ରି ପାଇଁ ପ୍ରତି ବ୍ୟକ୍ତି ପିଛା ୩୦୦ ଟଙ୍କା ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକ ଟିକେଟ କିଣିଥିଲେ। କିନ୍ତୁ ରାତି ୧୦ଟା ଯାଏଁ ସ୍ବପ୍ନା ଚୌଧୁରୀଙ୍କ ଦେଖା ନଥିଲା।ଏହାପରେ ତାଙ୍କ ଫ୍ୟାନମାନେ ପ୍ରବଳ ହଙ୍ଗାମା ଆରମ୍ଭ କରିଥିଲେ। ଏହାପରେ ଉତ୍ତରପ୍ରଦେଶର ଆଶିୟାନା ଥାନାରେ ସ୍ବପ୍ନାଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁରେ ଧୋକା ଏବଂ ଠକେଇର ଅଭିଯୋଗ ହୋଇଥିଲା। ଏହାପରେ ସ୍ବପ୍ନା ପୁଲିସ ନିକଟରେ ଆତ୍ମସମର୍ପଣ କରି ଅନ୍ତରୀଣ ଜାମିନ ଆବେଦନ କରିଥିଲେ ।ଯାହାକୁ କୋର୍ଟ ମଞ୍ଜୁରି ଦେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *