ରାଜ୍ୟ

ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩ ଅଲଗା ହେବା ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

ଭୁବନେଶ୍ବର: ରାଜ୍ୟରେ ଥିବା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ଅଲଗା ହେବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩ ଅଲଗା ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।୭୮ତମ ସ୍ବାଧୀନତା ଦିବସରେ ମାଲକାନଗିରି ଗସ୍ତ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, +୩ ଶିକ୍ଷାରମାନ ବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ନାହିଁ। ଏଥି ପାଇଁ ଆବଶ୍ୟକ ଜାଗା ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ମୋହନ ସରକାର।୭୮ତମ ସ୍ଵାଧୀନତା ଦିବସ ମାଲକାନଗିରି ଜିଲ୍ଲାରେ ହର୍ଷୋଲ୍ଲାସର ସହିତ ପାଳିତ ହୋଇ ଯାଇଛି। ଏହି ଅବସରରେ ଦିନ ୯ଟା୧୫ ମିନିଟ୍ ସମୟରେ ମାଲକାନଗିର ଡିଏନକେ ପଡ଼ିଆ ଠାରେ ଓଡ଼ିଶା ସରକାରଙ୍କ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ।

Leave a Reply

Your email address will not be published. Required fields are marked *