ଦେଶ- ବିଦେଶ

ପିତା ବହିଷ୍କୃତ ହେବା ପରେ ଝିଅ ହେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ: ଥାଇଲାଣ୍ଡ ରାଜନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଥାଇଲାଣ୍ଡର ସଂସଦ ଶୁକ୍ରବାର ସିନାୱାତ୍ରାଙ୍କୁ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି। ସେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଥାକ୍ସିନ ସିନାୱାତ୍ରାଙ୍କ ଝିଅ, ଯିଏକି ଅଦାଲତଙ୍କ ନିର୍ଦ୍ଦେଶରେ ବହିଷ୍କୃତ ହୋଇଥିଲେ। ପେଟଙ୍ଗଟାର୍ନଙ୍କ ବୟସ ମାତ୍ର ୩୭ ବର୍ଷ। ପେଟୋଙ୍ଗଟାର୍ଣ୍ଣ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ।ଥାଇଲାଣ୍ଡର ରାଜନୈତିକ ହେଭିୱେଟ୍ ଥାକ୍ସିନ୍ ସିନାୱାତ୍ରାଙ୍କ ୩୭ ବର୍ଷୀୟା ଝିଅ ଗୃହ ଭୋଟ୍ ଜରିଆରେ ବିଜୟୀ ହୋଇଥିଲେ। ଏବେ ସେମାନେ ପରିବାରବାଦର ସମ୍ମୁଖୀନ ହେଉଛନ୍ତି। ଥାଇଲାଣ୍ଡର ପାଖାପାଖି ଦୁଇ ଦଶନ୍ଧି ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଥାକ୍ସିନ୍ ପରିବାର ପୁଣି ଥରେ କ୍ଷମତାକୁ ଫେରିଛି। ଠିକ ଭାବେ ଦାୟିତ୍ବ ନିର୍ବାହ ନ କରିବା ଅଭିଯୋଗରେ ଥାକ୍ସିନଙ୍କୁ କିଛି ଦିନତଳେ ଥାଇଲାଣ୍ଡର ସୁପ୍ରିମକୋର୍ଟ ପଦଚ୍ୟୁତ କରିଥିଲେ ।ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ନିଜର ପ୍ରଥମ ଗଣମାଧ୍ୟମ ମନ୍ତବ୍ୟରେ ପେଟୋଙ୍ଗଟାର୍ଣ୍ଣ କହିଛନ୍ତି” ମୋ ପିତା, ପରିବାର ଏବଂ ଦଳର ଲୋକଙ୍କ ସହ କଥା ହେଲି, ତା’ପରେ ସ୍ଥିର କଲି ଯେ ଦେଶ ଏବଂ ଦଳ ପାଇଁ କିଛି କରିବାର ସମୟ ଆସିଛି। ମୁଁ ଆଶା କରୁଛି ଦେଶକୁ ଆଗକୁ ନେବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରିପାରିବି। ମୁଁ ତାହା କରିବାକୁ ଚେଷ୍ଟା କରୁଛି । ଆଜି ମୁଁ ସମ୍ମାନିତ ଅନୁଭବ କରୁଛି ଏବଂ ମୁଁ ବହୁତ ଖୁସି ଅନୁଭବ କରୁଛି |”

Leave a Reply

Your email address will not be published. Required fields are marked *