ଦେଶ- ବିଦେଶ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଆନ୍ଦୋଳନରତ ଡାକ୍ତରଙ୍କ ୬ ଦଫା ଦାବି, ଡାକ୍ତରଙ୍କ ସୁରକ୍ଷା ପାଇଁ ଆସୁ ନୂଆ ଆଇନ

ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ ଆରମ୍ଭ ହୋଇଛି । ଦୁଷ୍କର୍ମ ଓ ହତ୍ୟାର ଏହି ଦୁଃଖଦ ଓ ଭୟାନକ ଘଟଣା ସମଗ୍ର ଦେଶରେ ଡାକ୍ତରୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଡାକ୍ତରଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରୁଥିବା କମିଟି ଏବେ ଏହି ପୂରା ଘଟଣାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖି ୬ଟି ଦାବି ଉପସ୍ଥାପନ କରିଛି। ପ୍ରଥମ ଦାବି ହେଉଛି ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉ । ୨ୟ ଦାବି ହେଉଛି ଭବିଷ୍ୟତରେ ଯେପରି ଏପରି ଘଟଣା ନ ଘଟେ ସେଥିପାଇଁ କଡ଼ା ନିୟମକାନୁନ ଥିବା ଏକ ଅଧ୍ୟାଦେଶ ଅଣାଯାଉ । ସ୍ବାସ୍ଥ୍ୟକର୍ମୀମାନଙ୍କୁ କ୍ଷତି ପହଞ୍ଚାଉଥିବା ଲୋକମାନଙ୍କ ବିରୋଧରେ ଏହି ଅଧ୍ୟାଦେଶରେ ଦୃଢ ଦଣ୍ଡବିଧାନର ବ୍ୟବସ୍ଥା ରହୁ । ଅଧ୍ୟାଦେଶ ଆଣିବା ପରେ ସରକାର ଏ ନେଇ ଏକ ଆଇନ ସଂସଦରେ ପ୍ରଣୟନ କରନ୍ତୁ । ନୂଆ ଆଇନ ଲାଗୁ ନ ହେବା ପର୍ଯ୍ୟନ୍ତ ଅଧ୍ୟାଦେଶ ବଳବତ୍ତର ରହୁ ।ଜେପି ନଡ୍ଡାଙ୍କୁ ଲେଖିଥିବା ଚିଠିରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ପାଇଁ ତୁରନ୍ତ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ଦାବି କରାଯାଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟ ବାତାବରଣ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା କର୍ମୀ ବୃଦ୍ଧି ଏବଂ ସମସ୍ତ ଡାକ୍ତରଖାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *