ମହାନଗର

କଟକରେ ନିର୍ମାଣ ହେବ ୧୦ଟି କଲ୍ୟାଣ ମଣ୍ଡପ

କଟକ: କଟକ ସହରରେ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ ହେବ, ଯାହାକି ୨ ମହଲା ବିଶିଷ୍ଟର ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି।  ଆରଆଣ୍ତବିକୁ ଏନେଇ ଦାୟିତ୍ୱ ଦିଆଯାଇଛି। କଟକ ମହାନଗର ନିଗମ (ସିଏମ୍‌ସି) ବୈଠକରୁ ଗୁରୁବାର ଏହା ଜଣାପଡ଼ିଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ୱାର୍ଡରେ ସହରାଞ୍ଚଳ ସ୍ୱାସ୍ଥ୍ୟ  କେନ୍ଦ୍ର ଖୋଲିବ। ଆମ ପୋଖରୀ ଯୋଜନାରେ ୩ଟି ପୋଖରୀ ଖୋଳାଯିବାକୁ ନେଇ ଆଲୋଚନା କରାଯାଇଛି। ଏହାପ‌ର ସୋପାନରେ ମୋ ପାଖରୀ ଯୋଜନାରେ ୫୦ଟି ପୋଖରୀ ସାମିଲ ହେବ। ଉଭୟ ସରକାରୀ ଓ ବେସରକାରୀ ପୋଖରୀକୁ ଗ୍ରହଣ କରିବ ଏହି ଯୋଜନା। ଏହା ସଫା କରିବା ଉ‌ଦ୍ଦେଶ୍ୟରେ ସାମିଲ ହେବ। ତେବେ ସମସ୍ତ କର୍ପୋରେଟର ଏହି ୫୦ଟି ପୋଖରୀ ଚୟନ କରିବାରେ ସିଏମସିକୁ ଅଧିକାଂଶ ସାହାଯ୍ୟ ଆବଶ୍ୟକ ରହିଥିବା ବୈଠକରେ ଆଲୋଚନା ହୋଇଛି।ସେହିପରି ମାଛୁଆ ବଜାରର ଦୁଇଟି ୱାର୍ଡରେ ଡ୍ରେନେଜ ସମାଧାନ ବ୍ୟବସ୍ଥା ପାଇଁ ଜାଗା କିଣାହେବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହକି ବିଶ୍ୱକପ ସମୟରେ ଯେଉଁ ସ୍ପିଙ୍କଲର ମେସିନ କଟକରେ ବ୍ୟବହାର ହେଉଥିଲା। ସେଥିରୁ ୨ଟି କଟକ ପାଇଁ ଆଣିବା ପାଇଁ କର୍ପୋରେଟରଙ୍କ ମତ ଲୋଡିଥିଲେ ମେୟର। ଅନ୍ୟପଟେ ରିଙ୍ଗ ବନ୍ଧ ବାଲିମୟ ପ୍ରସଙ୍ଗରେ କାହିଁକି ସିଏମସି ପଦକ୍ଷେପ ନଉନି ବୋଲି ବୈଠକରେ ପ୍ରଶ୍ନ କରିଥିଲେ କର୍ପୋରେଟର। ତେବେ ଆରମ୍ଭରୁ କିଛି ସମୟ ସ୍ଥିତି ଠିକ ଠିଲା ବେଳେ ଶେଷରେ କିଛି ପ୍ରସଙ୍ଗ ପାଇଁ ସିଏମସିରେ ଆରମ୍ଭ ହୋଇଥିଲା ତୁମି ତୋଫାନ। ବୈଠକରେ ସିଏମସି କମିସନର ନିଖିଲ ପୱନ କଲ୍ୟାଣ, ସିଏମସି ମେୟର ସୁବାଷ ସିଂହ, ଡ଼େପୁଟି ମେୟର ଦମୟନ୍ତୀ ମାଝୀ, ସମସ୍ତ ବିଭାଗର ଅଧିକାରୀଙ୍କ ସମେତ ସମସ୍ତ କର୍ପୋରେଟର ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *