ମୁଖ୍ୟ ଖବର

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

ନୂଆଦିଲ୍ଲୀ,: କଂଗ୍ରେସ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ବିଜୟ କୁମାର ପଟ୍ଟନାୟକ। ମେଲ୍‌ ଯୋଗେ ତାଙ୍କର ଇସ୍ତଫା ପତ୍ରକୁ ସେ AICCକୁ ପଠାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଗଜପତି ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଥମେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ପରେ ତାଙ୍କୁ ଏହି ଦାୟିତ୍ୱରୁ କାଢି ଦିଆଯାଇଥିଲା।କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଦଳରେ ମୋର କୌଣସି ପ୍ରେଷ୍ଟିଜ୍ ନାହିଁ। ଏପରିକି ଦଳରେ ମୋର କୌଣସି ସ୍ଥାନ ନାହିଁ। ଏଣୁ ମୁଁ ଅନୁଭବ କଲି ଦଳପାଇଁ ମୁଁ ବ୍ୟବହାରଯୋଗ୍ୟ ନୁହେଁ ତେଣୁ ଇସ୍ତଫା ଦେଉଛି।ଏଥିସହିତ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିଛନ୍ତି। ”ଅନ୍ୟ କୌଣସି ଦଳକୁ ଯିବାର ନାହିଁ, ଲୋକଙ୍କ ପାଖକୁ ଯିବି। ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସେବା କରିବାର ଅଛି। ”ଗତବର୍ଷ ଫେବ୍ରୁଆରି ୧୦ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଏହି ସମୟରେ କଂଗ୍ରେସର ସାଂଗଠନିକ ସଂପାଦକ କେ.ସି ଭେନୁଗୋପାଳ, ଏଆଇସିସି ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ତତ୍‌କାଳୀନ ପିସିସି ସଭାପତି ପଟ୍ଟନାୟକ ଶରତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଉପସ୍ଥିତ ଥିଲେ।ବିଜୟ ପଟ୍ଟନାୟକ ଏକଦା ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ। ପରେ ୨୦୧୦ ସେପ୍ଟେମ୍ବରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୧୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଏହାପରେ ସେ ଓଡ଼ିଶା ମାନବଧିକାର କମିସନର ସଦସ୍ୟ ଏବଂ ବେଦନ୍ତା ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ

Leave a Reply

Your email address will not be published. Required fields are marked *