ମୁଖ୍ୟ ଖବର

ୱାଟକୋ ରୁ କୋଟିକୋଟି ଟଙ୍କା ଲୁଟୁଛନ୍ତି ସିଇଓ ପ୍ରଦୀପ୍ତ ସ୍ୱାଇଁ :ଭିଜିଲାନ୍ସ ତଦନ୍ତ ଦାବି

ଭୁବନେଶ୍ୱର : ନଗର ଉନୟନ ବିଭାଗ ଅଧୀନରେ ଥିବା ସରକାରୀ ସଂସ୍ଥା ୱାଟକୋ ରୁ କୋଟିକୋଟି ଟଙ୍କା ଲୁଟି ନିଜର ଅମାପ ସମ୍ପତ୍ତି ଅର୍ଜନ କରି ରାଜ୍ୟ ରାଜକୋଷ କୁ ଖୋଳ କରିଛନ୍ତି ଲୁଟେରା ପ୍ରଦୀପ ସ୍ୱାଇଁ l ଅବସର ନେଲା ପରେ ମଧ୍ୟ ଯନ୍ତ୍ରୀ ସ୍ୱାଇଁ ବିଜେଡି ର ପ୍ରଭାବଶାଳୀ ମନ୍ତ୍ରୀ, ଅଫିସରଙ୍କୁ ଧରି ୱାଟକୋ ର ପରିଚାଳନା ନିର୍ଦେଶକ ରହି ବ୍ୟାପକ ଦୁର୍ନୀତି କରି ଏହି ସଂସ୍ଥା କୁ ତଳିତଳାନ୍ତ କରିଦେଲେଣି l ୱାଟକୋ ର ବିଭିନ୍ନ ଡିଭିଜନ ଯଥା ଯୋଡ଼ା, ବଡ଼ବିଲ, କେଉଁଝର, ଯାଜପୁର, ପୁରୀ, ଛତ୍ରପୁର, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡା, ଜୟପୁର, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ ରେ ହେଉଥିବା କାର୍ଯ୍ୟରୁ ଠିକାଦାର ମାନଙ୍କ ଦ୍ୱାରା ମୋଟା ଅଙ୍କର ପିସି ସିଇଓ ଯନ୍ତ୍ରୀ ସ୍ୱାଇଁ ନେଉଥିବାର ଅଭିଯୋଗ ହେଉଛି l ଭୁବନେଶ୍ୱର ରେ ୱାଟକୋ ଦ୍ୱାରା ହେଉଥିବା ପାଣିଟାଙ୍କି ନିର୍ମାଣ ରେ ଯନ୍ତ୍ରୀ ପ୍ରଦୀପ ସ୍ୱାଇଁ ଲକ୍ଷ ଲକ୍ଷ ଟଙ୍କା ଆଗ ପିସି ନେଲାପରେ ଠିକାଦାରଙ୍କୁ ଟେଣ୍ଡର ଦେଉଥିବାର ଜଣାପଡୁଛି l ଯନ୍ତ୍ରୀ ସ୍ୱାଇଁ ପୂର୍ବରୁ ବାଣୀବିହାର ଡିଭିଜନ ରେ ନିର୍ବାହୀ ଯନ୍ତ୍ରୀ ଥିବା ସମୟରେ କୋଟିକୋଟି ଟଙ୍କା ର ଦୁର୍ନୀତି କରିଥିଲେ l ସେହି ସମୟରେ ଇଆଇସି ଥିବା ଯନ୍ତ୍ରୀ ଲକ୍ଷ୍ମୀପତି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ପ୍ରଦୀପ ସ୍ୱାଇଁଙ୍କ ପିସି କାରବାର ଓ ମିଥ୍ୟା ବିଲ କରି ସରକାରୀ ଅର୍ଥକୁ ଚଳୁ କରୁଥିବା ଜାଣିବାକୁ ପାଇଲେ ସେତେବେଳେ ତାଗିଦ କରିବା ସହିତ କାନ ଧରି ଉଠ ବସ କରାଇ ଥିଲେ l ସରକାର ସହରାଞ୍ଚଳ ରେ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୱାଟକୋ ଗଠନ କରି କୋଟିକୋଟି ଟଙ୍କା ଦେଲେ ସମସ୍ତଙ୍କୁ ବିଶୁଦ୍ଧ ଜଳ ମିଳିବ ହେଲେ ଏହି ଲୁଟେରା ଯନ୍ତ୍ରୀ ବିଜେଡି ସରକାର ରେ କିଛି ନେତାଙ୍କ ସୁବିଧା ପାଇଁ ସରକାର ଯୋଜନାରୁ ଅର୍ଥ ଲୁଟ କଲେ l ପ୍ରଥମେ, MD, ପରେ CEO ଭାବରେ ବହୁତ ଦିନ ହେଲା ରହି ୱାଟକୋ କୁ ରୁଗୁଣ କରିସାରିଲେଣି l ଯନ୍ତ୍ରୀ ସ୍ୱାଇଁ ୱାଟକୋ ର ମୁଖ୍ୟ ହୋଇଥିବାରୁ ଅବସରପ୍ରାପ୍ତ ଯନ୍ତ୍ରୀ ମାନଂକୁ ପୁଣି ଥରେ ନିଯୁକ୍ତି ଦେଇ ପ୍ରତି ଯନ୍ତ୍ରୀ ପିଛା ୫ ଲକ୍ଷ ନିଯୁକ୍ତି ରେ ଲାଞ୍ଚ ନେଇଥିବାର ଅଭିଯୋଗ ହେଉଛି l ଦୀର୍ଘ ବର୍ଷ ଚାକିରୀ କାଳ ଭିତରେ ଯନ୍ତ୍ରୀ ପ୍ରଦୀପ ସ୍ୱାଇଁ ରାଜକୋଷ ରୁ କୋଟିକୋଟି ଟଙ୍କା ଲୁଣ୍ଠନ କରିଥିବାର ଅଭିଯୋଗ ହେଉଛି l ଜଲସମ୍ପଦ ବିଭାଗ ର ଯନ୍ତ୍ରୀ ସୁନୀଲ ରାଉତ ହେଉ ଅବା ବାଲେଶ୍ୱର ର କୁବେର ପତି ଯନ୍ତ୍ରୀ ପ୍ରଭାସ ପ୍ରଧାନ ଙ୍କ ଠାରୁ ଅଧିକ କଳାଧନ ର ମାଲିକ ପ୍ରଦୀପ ସ୍ୱାଇଁ l ବିଜେଡି ଦଳକୁ ପାଣ୍ଠି ଯୋଗାଇ ଯନ୍ତ୍ରୀ ପ୍ରଦୀପ ସ୍ୱାଇଁ ନିଜକୁ ସୁରକ୍ଷିତ ରଖି ଆସିଛନ୍ତି l ଭିଜିଲାନ୍ସ ଖୋଳତାଡ଼ ହେଲେ ଯନ୍ତ୍ରୀ ପ୍ରଦୀପ ସ୍ୱାଇଁ ଙ୍କ କଳା ସାମ୍ରାଜ୍ୟ ର ଗୁମର ଖୋଲି ପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି l ଉପରକୁ ସାଧାସିଧା ଦେଖାଯାଉଥିବା ଯନ୍ତ୍ରୀ ପ୍ରଦୀପ ସ୍ୱାଇଁଙ୍କ ଅସଲ ମୂଖ ଧୀରେ ଧୀରେ ଖୋଲିବାରେ ଲାଗିଛି l ନୂତନ ସରକାର ଯଦି ଏହି କୁବେର ପତି ଯନ୍ତ୍ରୀ ଉପରେ ତଦନ୍ତ କରନ୍ତି ଡକାୟତ ଯନ୍ତ୍ରୀ ପ୍ରଦୀପ ସ୍ୱାଇଁଙ୍କ ଠିକଣା ହେବ ଝାରପଡା ଜେଲ l ଆରଥରକୁ,,,,

Leave a Reply

Your email address will not be published. Required fields are marked *