ମୁଖ୍ୟ ଖବର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସୁଛି ବଡ଼ ବର୍ଷା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର, ପଶ୍ଚିମବଙ୍ଗ ତଥା ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଆସନ୍ତା ୧୯ ତାରିଖ ସୁଦ୍ଧା ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ଏହା ଆହୁରି ଶକ୍ତିଶାଳୀ ହୋଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ । ପରବର୍ତ୍ତି ୨-୩ ଦିନରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଦେଇ ମଧ୍ୟପ୍ରଦେଶ, ବିହାର ଓ ପୂର୍ବ ଉତ୍ତରପ୍ରଦେଶ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ପୂର୍ବ ଓ ମଧ୍ୟ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ବଲାଙ୍ଗୀର,କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ,କନ୍ଧମାଳ, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର,ଢେଙ୍କାନାଳ, ଯାଜପୁର, ଦେବଗଡ଼, ନୟାଗଡ଼, ସୋନପୁର, ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *