ଦେଶ- ବିଦେଶ

ବୁଲନ୍ଦସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରର ସାଲେମପୁର ଥାନା ଅଞ୍ଚଳରେ ଏକ ବସ୍ ଓ ମ୍ୟାକ୍ସ କାର୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ପୁଲିସ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲା। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଏକତ୍ରିତ ହୋଇ ଯାନବାହନ ଚଳାଚଳ ବନ୍ଦ କରିଦେଇଥିଲେ।

ସୂଚନା ଅନୁଯାୟୀ, ଗାଜିଆବାଦର ଏକ କମ୍ପାନିରୁ ମ୍ୟାକ୍ସ ଗାଡିରେ ସମସ୍ତ ଲୋକ ରକ୍ଷାବନ୍ଧନ ପର୍ବ ପାଳନ କରିବାକୁ ନିଜ ଘର ଆଲିଗଡ଼ ଯାଉଥିଲେ।  ସେମାନେ ଘରେ ପହଞ୍ଚିବା ପୂର୍ବରୁ ବୁଲନ୍ଦସହରର ସାଲେମପୁର ଥାନା ଅଞ୍ଚଳରେ ଏକ ରୋଡୱେଜ୍ ବସ୍ ଓ ମ୍ୟାକ୍ସ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା ହେବା ଘଟଣାକୁ ନେଇ ଚାରିଆଡ଼େ ଚିତ୍କାର ହୋଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ଚନ୍ଦ୍ର ପ୍ରକାଶ ସିଂହ ନିଶ୍ଚିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ତାଙ୍କୁ ଏବଂ ଅନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *