ମହାନଗର

ଅଲ ଓଡିଶା ଏଗଜିବିସନ କମ ସେଲ ଓନର୍ସ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ଅଲ ଓଡିଶା ଏଗଜିବିସନ କମ ସେଲ ଓନର୍ସ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଲଷ୍ମୀସାଗର ଡାଲଖାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମଡି ସବୀର(ମୁନା)ସଭାପତି ପି କେ ସ୍ୱାଇଁ( ରାଜେଶ ) ଉପ- ସଭାପତି,ସୁନିଲ କୁମାର ରାଉତ ସମ୍ପାଦକ ପବନ ସାନି ଯୁଗ୍ମ ସମ୍ପାଦକ ଡି କେ ସାହୁ ସହ ସମ୍ପାଦକ ସଞ୍ଜୟ ସାହୁ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ,ସୁନାକାର ସାହୁ, ବସନ୍ତ କୁମାର ସାହୁ ଓ ଉପଦେଷ୍ଟାମଣ୍ଡଳୀ ସଦସ୍ୟ , ଏବଂ ବିରଞ୍ଚି ନାରାୟଣ ନାୟକ ଆଇନ ପରାମର୍ଶ ଦାତା ଭାବେ ନିର୍ବାଚିତ ହୋଇଛନ୍ତି। – ଓଡିଶା ଦୋଳି ମିନା ବଜାର ମହାସଂଘର ସଭାପତି ଅନନ୍ତ ଚରଣ ସାହୁ ଏବଂ ସମ୍ପାଦକ ଅଭିଷେକ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଙ୍ଘର ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ମହାସଂଘର ଏହି ସଙ୍ଘ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ ରହିବ ବୋଲି କହିଥିଲେ ।ନବ ନିର୍ବାଚିତ ସଭାପତି ଓ ଅନ୍ୟ କର୍ମକର୍ତ୍ତା ସଙ୍ଘର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହିତ ସଙ୍ଘ କିଭଳି ଆଗକୁ ଯିବ ସେଥିପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *