ଅପରାଧ

ଦୀର୍ଘ ୩୨ ବର୍ଷ ପରେ ଆସିଲା ଆଜମେର ଗଣଦୁଷ୍କର୍ମ ମାମଲାର ରାୟ

ଆଜମେର: ଦୀର୍ଘ ୩୨ ବର୍ଷ ପରେ ଆଜମେରର କୁଖ୍ୟାତ ଗଣଦୁଷ୍କର୍ମ ମାମଲାର ରାୟ ଆସିଛି । ଏହି ମାମଲାରେ କୋର୍ଟ ୬ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ସେମାନଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ପୋକ୍ସୋ ସ୍ପେଶାଲ କୋର୍ଟ ନମ୍ବର ୨ ଏହି ରାୟ ଦେଇଛନ୍ତି। ୧୯୯୨ ମସିହାରେ ଅନେକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ତାହା ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଆପତ୍ତିଜନକ ଫଟୋ ଉଠାଇ ସ୍କୁଲ ଛାତ୍ରୀମାନଙ୍କୁ ବ୍ଲାକମେଲ କରି ଦୁଷ୍କର୍ମ କରାଯାଇଥିଲା। ସମସ୍ତ ୬ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଏହି ମାମଲା ୧୯୯୨ ମସିହାର ହୋଇଥିବା ବେଳେ ଏଥିରେ ୧୮ ଜଣ ଅଭିଯୁକ୍ତ ଥିବା ବେଳେ ଏପର୍ଯ୍ୟନ୍ତ ୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ଆତ୍ମହତ୍ୟା କରିଥିବା ବେଳେ ଜଣେ ଫେରାର ଅଛନ୍ତି। ରାଜସ୍ଥାନର ଅଜମେରରେ ୧୦୦ରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ବ୍ଲାକମେଲ କରାଯାଇଛି । ଧାର୍ମିକ ପର୍ଯ୍ୟଟନ ଏବଂ ଗଙ୍ଗା-ଜାମୁନି ସଂସ୍କୃତି ପାଇଁ ଜଣାଶୁଣା ଆଜମେରର ପ୍ରତିଷ୍ଠା ୧୯୯୦-୧୯୯୨ ମଧ୍ୟରେ ଘଟିଥିବା ଏହି ଘଟଣା ଯୋଗୁଁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣା ଶିକ୍ଷା, ସଂସ୍କୃତି ଓ ମର୍ଯ୍ୟାଦାର ଅବନତିକୁ ପଦାରେ ପକାଇବା ସହ ପୁଲିସ ଓ ଆଇନରେ ଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଛି।

Leave a Reply

Your email address will not be published. Required fields are marked *