ରାଜନୀତି

ଆଇନଜୀବୀ ମାନଙ୍କ ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଆଣିଲା ସଂକଳ୍ପନାମା


ଭୁବନେଶ୍ୱର : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ସ୍ଵାଭିମାନୀ, ସଂଗ୍ରାମୀ ଲଢ଼ୁଆ ଆଇନଜୀବୀ ସମାବେଶମାନ ଏବଂ ସଭା ସାରା ଓଡ଼ିଶାର ବିଭନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ନିମ୍ନଲିଖିତ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସବୁକୁ ଖୁବଶିଘ୍ର ଅର୍ଥାତ୍ ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଲିଗାଲ ଫ୍ରଣ୍ଟ ତାର ସଂଗ୍ରାମ ଜାରି ରଖିଛି ଏବଂ ରଖିବ।
ସାରା ଓଡ଼ିଶାର ଆଇନଜୀବୀ ଭାଇ ଭଉଣୀ ମାନଙ୍କର ସମର୍ଥନ ରହିଲେ ଏହା ସମ୍ଭବ ହେବ ବୋଲି ଆଶା ଓ ବିଶ୍ୱାସ ବୋଲି ସଭାପତି ରାଉତ ଆଶା ବ୍ୟକ୍ତ କରିଛନ୍ତି l
୧. ଆଇନଜୀବୀ ସ୍ୱାଭିମାନ ଏବଂ ଆଇନଜୀବୀ ଏକତା ରକ୍ଷା। ଦଳମତ ନିର୍ବିଶେଷରେ ଆମେ ସବୁ ପ୍ରଥମେ ଆଇନଜୀବୀ। ଦେଶବାସୀଙ୍କୁ ନ୍ୟାୟ ପ୍ରଦାନ, ବିଚାର ବିଭାଗର ନିରପେକ୍ଷତା ରକ୍ଷା ଏବଂ ବିଚାର ବିଭାଗର ସ୍ଵାଧୀନତା ରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ।
୨. ଆଇନଜୀବୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦା ର ଶତପ୍ରତିଶତ ସୁରକ୍ଷା ଓ ନିରାପତ୍ତା ରକ୍ଷା ପାଇଁ ସ୍ବତନ୍ତ୍ର ସ୍କିମ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବା ।
. ବାର୍ କାଉନସିଲ୍ ଏବଂ ବାର୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆଇନଜୀବୀ ମାନଙ୍କ ପାଇଁ ସର୍ବନିମ୍ନ ମାସିକ ଟ ୩୦,୦୦୦/ ରୋଜଗାର ସ୍କୀମ ର ପ୍ରଚଳନ ଓ କାର୍ଯ୍ୟକାରୀ କରିବା ।
. ଆଇନଜୀବୀ ଏବଂ ସାମ୍ବାଦିକ ମାନଙ୍କୁ ଅଦାଲତ ଅବମାନନା ଆଇନ୍ ର ପରିସର ବାହାରେ ରଖିବା।
୫. ବରିଷ୍ଠ ଆଇନଜୀବୀ ଏବଂ କନିଷ୍ଠ ଆଇନଜୀବୀ ମାନଙ୍କୁ ବିଭିନ୍ନ କମିଶନ ଓ କମିଟି ର ସଦସ୍ୟ ,ସଦସ୍ୟା ଏବଂ ସରକାରୀ ପକ୍ଷ ଆଇନଜୀବୀ ଆରବିଟ୍ରେଟର ଏବଂ ଆମିକସ୍‌ କ୍ୟୁରି ପଦବୀରେ ନିଯୁକ୍ତି ଦିଆଯିବ।
୬. ସମସ୍ତ କୋର୍ଟ (ନିମ୍ନ ଅଦାଲତ ଠାରୁ ସୁପ୍ରିମକୋର୍ଟ)ର ଜଜ, କମିଶନ, ସରକାରୀ ଓକିଲ ଇତ୍ୟାଦି ନିଯୁକ୍ତିରେ ୫୦ ପ୍ରତିଶତ ମହିଳା ଆଇନଜୀବୀ ମାନଙ୍କୁ ନିଯୁକ୍ତି ଦେବାପଛୁଆ ବର୍ଗ, ଆଦିବାସୀ, ଦଳିତ, ଭିନ୍ନକ୍ଷମ ଓ ସଂଖ୍ୟା ଲଘୁ ଆଇନଜୀବୀ ମାନଙ୍କ ପାଇଁ ଜନସଂଖ୍ୟା ର ଆନୁ ପାତିକ ସଂରକ୍ଷଣ ଲାଗୁ କରିବା।
୭.ଆଡଭୋକେଟସ୍ ଆକଟର ସଂଶୋଧନ କରି ସର୍ବନିମ୍ନ ୨୦ ବର୍ଷ ଓକିଲାତି କରିଥିବା ଏବଂ ୫୦ ବର୍ଷ ବୟସରେ ରେ ପଦାର୍ପଣ କରିଥିବା ଆଇନଜୀବୀ ମାନଙ୍କୁ ବରିଷ୍ଠ ଆଇନଜୀବି ବା ସିନିଅର ଆଡଭୋକେଟ୍ ଭାବେ ବାର କାଉନସିଲ୍ ଭାବେ ଘୋଷଣା କରିବା।
. ନୋଟାରୀ ମାନଙ୍କୁ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଗୋଟିଏ ଲେଖାଏଁ ଚାମ୍ବର ଏବଂ ମାସିକ ଟ ୧୦.୦୦୦(ଦଶ ହଜାର ଟଙ୍କା) ର ସ୍ବତନ୍ତ୍ର ଭତ୍ତା ଦିଆଯାଉ। ନୋଟରୀ ମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦,୦୦୦/୦୦ ଟଙ୍କା ପେନସନ ଦିଆଯାଉ।
୯. ସମସ୍ତ ତହସିଲ୍ ବାରଆସୋସିଏସନ୍ ଗୁଡ଼ିକୁ ସ୍ଵୀକୃତି ଏବଂ ଅନୁବନ୍ଧନ (Affiliation) ଦେବା ତହସିଲ ଲିଗାଲ ଏଡ୍ ଆଇନଜୀବୀ ମାନଙ୍କୁ ଏବଂ ରାଜ୍ୟ ଏବଂ ଜିଲ୍ଲା ଲିଗାଲ ଏଡ୍ ଆଇନଜୀବୀ ମାନଙ୍କୁ ମାସିକ ୧୦/୦୦୦ ଟଙ୍କା ସ୍ବତନ୍ତ୍ର ଭତା ଦିଆଯାଉ।
୧୦. ସମସ୍ତ ବାର୍ ଆସୋସିଏସନ୍ ପାଇଁ ଆବଶ୍ୟକୀୟ ବାର୍ଷିକ ଓ ସ୍ବତନ୍ତ୍ର ସରକାରୀ ଅନୁଦାନ ଦିଆଯାଉ।
୧୧.ସାରା ଓଡ଼ିଶାର ପେନସନ ଏବଂ ଫାମିଲି ପେନସନ ସ୍କିମ୍, ସ୍ବାସ୍ଥ୍ୟବୀମା,ଜୀବନ ବୀମା ଓ ଗ୍ରାଚୁଇଟି ସ୍କିମ୍ ଲାଗୁ କରାଯାଉ
। ୬୦ ବର୍ଷ ବୟସ ପରେ ମାସିକ ୩୦,୦୦୦ ଟଙ୍କାର ପେନସନ ସ୍କିମ୍ ଲାଗୁ କରାଯାଉ ଏବଂ ମୃତ୍ୟୁ ପରେ ମାସିକ ୧୫,୦୦୦ ଟଙ୍କାର ଫାମିଲୀ ପେନସନ ସ୍କୀମ ଲାଗୁ କରାଯାଉ।
୧୨. ପ୍ରତ୍ୟେକ ବାର୍ ଆସୋସିଏସନ୍ ରେ ଉନ୍ନତ ମାନର ଲାଇବ୍ରେରୀ ନିର୍ମାଣ ଓ କାର୍ଯ୍ୟକାରୀ କରାଯାଉ।
୧୩. ରାଜ୍ୟ ର ସରକାରୀ ଓକିଲ ସଂଖ୍ୟା ବର୍ତ୍ତମାନ ପଦବୀ ସଂଖ୍ୟାର ୩(ତିନି) ଗୁଣ ବୃଦ୍ଧି କରାଯାଉ।
୧୪. ପ୍ରତ୍ୟେକ ବାର୍ ଆସୋସିଏସନ୍ ଏବଂ ବାର୍ କାଉନସିଲ୍ ର କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତା ପଦପଦବୀରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ଆଦିବାସୀ, ଦଳିତ, ପଛୁଆବର୍ଗ, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ମାନଙ୍କ ପାଇଁ ସେମାନଙ୍କର ଜନସଂଖ୍ୟା ର ଆନୁପତିକ ସଂରକ୍ଷଣ ଲାଗୁ କରାଯାଉ।
୧୫. ଅଭାବ, ଅନଟନ ଓ ସମସ୍ୟା ଜର୍ଜରିତ ଦିବଙ୍ଗତ ଆଇନଜୀବୀ ମାନଙ୍କର ପରିବାରଗୁଡ଼ିକୁ ଆବଶ୍ୟକୀୟ ସରକାରୀ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉ।ଏଥିପାଇଁ ଏକ ସରକାରୀ ପାଣ୍ଠି ଗଠନ କରାଯାଉ।
୧୬. ଆଇନଜୀବୀଙ୍କ ମୃତ୍ୟୁ ର ଏକ ଘଣ୍ଟା ମଧ୍ୟରେ ତାଙ୍କ ପରିବାରକୁ ୧୦,୦୦୦ ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଉ ଏବଂ ସରକାରୀ ସମ୍ମାନ ପ୍ରଦାନ କରାଯାଉ।
୧୭. ଦିବଙ୍ଗତ ଆଇନଜୀବୀଙ୍କ ମାନଙ୍କୁ ସମସ୍ତ ବୃତ୍ତିଗତ ସୁବିଧା ସୁଯୋଗ ଦିଆଯାଉ।
୧୮. ବାର୍ କାଉନସିଲ୍ ଓ ବାର୍ ଆସୋସିଏସନ୍ ରେ ପ୍ରତ୍ୟେକ ଆଇନଜୀବୀ ଙ୍କର ଜନ୍ମଦିନ ପାଳନ କରାଯାଉ।
୧୯. ବାର୍ କାଉନସିଲ୍ ଏବଂ ବାର୍ ଆସୋସିଏସନ୍ ରେ ପ୍ରତ୍ୟେକ ଦିବଙ୍ଗତ ଆଇନଜୀବୀ ଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉ।
୨୦. ବାର୍ କାଉନସିଲ୍ ଲାଇସେନ୍ସ ପାଇଁ ଏବଂ ବାର୍ ଆସୋସିଏସନ୍ ସଦସ୍ୟତା ପାଇଁ ଆଦୌ ଆୟକର ଦେଉ ନ ଥିବା କିମ୍ବା ସର୍ବାଧିକ ୧୦ ପ୍ରତିଶତ ଆୟକର ଦେଉଥିବା ବ୍ୟକ୍ତି ମାନଙ୍କର ପୁଅ, ଝିଅ ଆବେଦନକାରୀ ମାନଙ୍କର ଫି ସରକାର ବହନ କରନ୍ତୁ।
୨୧. ଆଇନଜୀବୀ ମାନଙ୍କ ପାଇଁ ଫାମିଲି ପେନସନ ସ୍କିମ ପ୍ରଣୟନ କରାଯାଉ ଏବଂ କାର୍ଯ୍ୟକାରୀ କରାଯାଉ
୨୨. ଆଦୌ ଆୟକର ଦେଉନଥିବା କିମ୍ବା ସର୍ବାଧିକ ୧୦ ପ୍ରତିଶତ ଆୟକର ଦେଉଥିବା ପରିବାରର ନବାଗତ ଆଇନଜୀବୀ ମାନଙ୍କୁ ପ୍ରଥମ ୫(ପାଞ୍ଚ) ବର୍ଷ ପାଇଁ ମାସିକ ଟ ୧୦,୦୦୦ (ଦଶ ହଜାର ଟଙ୍କା) ର ଆଇନଜୀବୀ ପ୍ରୋତ୍ସାହନ ଭତ୍ତା ଦିଆଯାଉ।
୨୩. ବାର କାଉନସିଲ୍ ଗଠନ ଦିନଠାରୁ ଏପର୍ଯ୍ୟନ୍ତ ସମସ୍ତ ଆୟ ବ୍ୟୟ ର ହିସାବ ଆଇନଜୀବୀ ମାନଙ୍କୁ ଦିଆଯାଉ। ଏବଂ ଅନଲାଇନ୍ ରେ ପ୍ରଦର୍ଶନ କରାଯାଉ। ବାର କାଉନସିଲ୍ ଏବଂ ବାର୍ ଆସୋସିଏସନ୍ ର ପ୍ରତିଦିନ ର ଆୟ, ବ୍ୟୟ ର ହିସାବ ପ୍ରତିଦିନ ଅନଲାଇନ୍ ରେ ପ୍ରଦର୍ଶନ କରାଯାଉ।

୨୪. ଆଡଭୋକେଟସ, କ୍ଲର୍କ ବା ଲିଗାଲ ଆସିଷ୍ଟାଣ୍ଟ ,ଡିଡ୍ ରାଇଟର ଏବଂ କୋର୍ଟ ପରିସର ଡ଼ିଟିପି ଅପରେଟର ମାନଙ୍କ ପାଇଁ ଏକ କଲ୍ୟାଣକାରୀ ପାଣ୍ଠି , ବୀମା ଗ୍ରାଚୁଇଟି ଏବଂ ପେନସନ ସ୍କୀମ କାର୍ଯ୍ୟକାରୀ କରାଯାଉ।
ଉପରୋକ୍ତ ୨୫ ଦଫା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଆଇନଜୀବୀ ସମାବେଶ ମାନ ଅନୁଷ୍ଠିତ ହେବ। ଆଗ୍ରହୀ ଆଇନଜୀବୀ ଭାଇ ଭଉଣୀ ମାନେ ସମାବେଶ ରେ ଯୋଗ ଦେବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ଏବଂ ସେମାନଙ୍କର ନାମ ଠିକଣା, ମୋବାଇଲ୍ ନମ୍ବର୍, ହ୍ବାଟ୍ସ୍ ଆପ୍ ନମ୍ବର୍ ଓ ଇମେଲ ଆମ ହ୍ବାଟ୍ସ୍ଆପ୍ ନମ୍ବର
8480266003/
8480266005 /
9438565043 ରେ ପଠାଇବାକୁ ଅନୁରୋଧ ବି କରିଥିଲେ l
୨୦୨୪ ସାଧାରଣ ନିର୍ବାଚନ ରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସରକାର ଗଠନ କଲେ ଉପରୋକ୍ତ ସମସ୍ତ ୨୫ ଦଫା କାର୍ଯ୍ୟକ୍ରମ ୨୦୨୪ ମସିହା ଜୁଲାଇ ମାସ ଠାରୁ କାର୍ଯ୍ୟକାରୀ ହେବ।
ଆଇନଜୀବୀ ଭାଇ ଭଉଣୀ ମାନଙ୍କ ଠାରୁ ନୂତନ ପ୍ରସ୍ତାବ ମିଳିଲେ ଏଥି ସହ ଯୋଗ କରାଯିବ ଏବଂ ଆମର କିଛି ତ୍ରୁଟି ଥିଲେ ତାହାର ସଂଶୋଧନ କରାଯିବ।
ଆଗାମୀ ୨୦୨୪ ମଇ ମାସ ସୁଦ୍ଧା ହେବାକୁ ଥିବା ଇଣ୍ଡିଆର ସାଧାରଣ ନିର୍ବାଚନ (General Election) ଏବଂ ଓଡ଼ିଶା ବିଧାନ ସଭା (Odisha Legislative Assembly) ନିର୍ବାଚନ ରେ ଓଡ଼ିଶାର ସମସ୍ତ ୨୧ ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ପାର୍ଥୀ ଓ ପ୍ରାଥିନୀ ମାନେ ପ୍ରତିଦ୍ବନ୍ଦିତା କରିବେ।
ଆଗ୍ରହୀ ପାର୍ଥୀ ଓ ପ୍ରାଥିନୀ ମାନେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି

Leave a Reply

Your email address will not be published. Required fields are marked *