ମୁଖ୍ୟ ଖବର

୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟର ସଡ଼କ ଭିତ୍ତିଭୂମି ନୂଆଁ ରୂପ ପାଇବ। ମୋହନ ମାଝୀଙ୍କ ସରକାର ଆଗାମୀ ଦିନରେ ରାଜ୍ୟରେ ଅନେକଗୁଡ଼ିଏ ନୂଆ ରାସ୍ତା ନିର୍ମାଣ କରିବେ। ‌ଅନେକଗୁଡ଼ିଏ ରାସ୍ତାର ନବୀକରଣ ହେବ। ସେହିପରି ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ହେବ। ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ହେବା ଦ୍ବାରା ଗମନାଗମନରେ ସୁବିଧା ହେବ।ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ଆଗାମୀ ଦିନରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର ଦୁଇ ହଜାର କିଲୋମିଟର ରାସ୍ତାର ଉନ୍ନତିକରଣ କରିବେ। ଏହା ଦ୍ବାରା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯାତାୟତରେ ସୁବିଧା ହେବ। ଲୋକଙ୍କର ସମୟ ବଞ୍ଚିଯିବ। ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ ଭିଡ଼କୁ ଦୂର କରିବା ପାଇଁ ରାସ୍ତାର ଉନ୍ନତିକରଣ କରାଯିବ। ରାଜ୍ୟ ସରକାର ୨୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୟଦେବ ବିହାରରୁ ନନ୍ଦନକାନନ ୧୩.୫ କିମି ରାସ୍ତା ନିର୍ମାଣ କରାଯିବ। ବିଧାନସଭାରେ ନିର୍ମାଣ ବିଭାଗ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *