ଅପରାଧ

ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଜମ୍ମୁ: ହୋଲିରେ ଭେଟିବାକୁ ଆସିଥିବା ବେଳେ ଡାକ୍ତରଙ୍କୁ ହତ୍ୟା କଲେ ପ୍ରେମିକ। ଜମ୍ମୁରେ ଘଟିଛି ଏଭଳି ଘଟଣା। ହୋଲି ଅବସରରେ ଛୁଟି ମିଳିବା ପରେ ଜମ୍ମୁରେ ରହୁଥିବା ପ୍ରେମିକଙ୍କୁ ଦେଖା କରିବାକୁ ଆସିଥିଲେ ପ୍ରେମିକା। ନିଜ ମନର ମଣିଷ ସହ ଟିକିଏ ସମୟ ବିତାଇ ପୁଣି ଥରେ କାମକୁ ଫେରିବେ ବୋଲି ଭାବିଥିଲେ ଡାକ୍ତରାଣୀ। ହେଲେ ପ୍ରେମିକଙ୍କୁ ଦେଖା ହେବା ତାଙ୍କୁ ଏ‌ତେ ଭାରୀ ପଡ଼ିବ ବୋଲି ସେ ଜାଣିନଥିଲେ।

ଦେଖା ହେବା ପରେ କୌଣସି କାରଣରୁ ଅଭିଯୁକ୍ତ ପ୍ରେମିକ ନିଜ ପ୍ରେମିକାଙ୍କୁ ଛୁରୀ ଭୁଶି ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ସୂଚନା ପାଇବା ପରେ ପୁଲିସ ପହଞ୍ଚି ଉଭୟ ପ୍ରେମିକା ଓ ପ୍ରେମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ପ୍ରେମିକାର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରେମିକର ଏବେ ଚିକିତ୍ସା ଚାଲିଛି। ମୃତକଙ୍କ ନାଁ ସୁମେଧା ଶର୍ମା ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତର ନାଁ ଜୋହର ଗନଇ ବୋଲି ଜଣାପଡ଼ିଛି।ସୂଚନା ମୁତାବକ, ମୃତକ ସୁମେଧା ଶର୍ମା ଏବଂ ଅଭିଯୁକ୍ତ ଜୋହରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁହେଁ ଜମ୍ମୁର ଏକ ଡେଣ୍ଟାଲ କଲେଜରୁ ବିଡିଏସ କରିଥିଲେ। ଏହା ପରେ ସୁମେଧା ଶର୍ମା ଜମ୍ମୁ କଶ୍ମୀର ବାହାରେ ଥିବା ଏକ କଲେଜରେ ଏମଡିଏସ କରୁଥିଲେ। ହୋଲିରେ ଛୁଟି ଥିବାରୁ ସେ ଜୋହରଙ୍କୁ ଭେଟିବା ପାଇଁ ଜମ୍ମୁ ଆସିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଜୌହର, ସୁମେଧାଙ୍କୁ ହତ୍ୟା କରିଥିବା କୁହାଯାଉଛି। ପ୍ରେମିକାକୁ ହତ୍ୟା କରିବା ପ‌ରେ ଆତ୍ମହତ୍ୟା କରୁଥିବା ନେଇ ଫେସବୁକରେ ପୋଷ୍ଟ କରିଥିଲେ ଜୋହର । ଏନେଇ ତାଙ୍କ ବନ୍ଧୁ ପୁଲିସକୁ ସୂଚନା ଦେବା ପରେ ପୁଲିସ ଜୋହରଙ୍କ ଘରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଜୋହର, ସୁମେଧାଙ୍କୁ ହତ୍ୟା କରି ନିଜ ପେଟରେ ବି ଛୁରୀ ଭୁଶି ସାରିଥିଲା।

Leave a Reply

Your email address will not be published. Required fields are marked *