ମୁଖ୍ୟ ଖବର

ବିଧାନସଭା ଅଚଳ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭା ଅଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଗୃହ ବିଭଗ ଦାୟିତ୍ୱରେ ଥିବାରୁ ସେ ଉତ୍ତରଦାୟୀ। ବିଜେଡି ସରକାରରୁ ଇସ୍ତଫା ଦେଉ ବୋଲି ଆମେ କହୁ ନାହୁଁ। କିନ୍ତୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ବିରୋଧୀ ଦଳ ପକ୍ଷରୁ ଏ ପ୍ରସଙ୍ଗରେ ଅନେକ ଆଲୋଚନା ହୋଇଛି। ଷଡ଼ଯନ୍ତ୍ର କଥା ବାରମ୍ବାର କୁହାଯାଇଛି। ଉତ୍ତର ରଖିବାବେଳେ ପ୍ରଥମେ ରାଜ୍ୟ ସରକାର ମାନୁ ନ ଥିଲେ। ଡେରିରେ ହେଲେ ମଧ୍ୟ ଷଡ଼ଯନ୍ତ୍ର କଥା ମାନିଛନ୍ତି। ବାଚସ୍ପତି ଚାହୁଁଥିଲେ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକି ପାରିଥାନ୍ତେ। ବିରୋଧୀଙ୍କ ସହଯୋଗ ଲୋଡ଼ି ପାରିଥାନ୍ତେ। ଵୋଧହୁଏ ବାଚସ୍ପତି ରାଜ୍ୟସରଙ୍କୁ ଏ ପ୍ରସଙ୍ଗରେ ଘଣ୍ଟ ଘୋଡ଼ାଉଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଉତ୍ତର ନାହିଁ। ବିଧାନସଭା ଚାଲିଛି ମୁଖ୍ୟମନ୍ତ୍ରୀ ବୁଲିବାକୁ ଯାଇଛନ୍ତି। ଗୃହ ଚାଲୁଥିବା ସମୟରେ ସୁନ୍ଦରଗଡ଼ କି ରାଉରକେଲା ଯାଇଛନ୍ତି। ଏହା ଗୃହ ପାଇଁ ଅପମାନ।ଏଣେ ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ଗୃହରେ ଆଲୋଚନା ହେଲା ପରେ କାହିଁକି ବିରୋଧୀ ହଟଗୋଳ କରୁଛନ୍ତି। ବିରୋଧୀ କହିଦେଲେ କଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଦେବେ ? ଏହା ସମ୍ଭବ ନୁହେଁ। ଗୃହରେ ତାଙ୍କର କିଛି ପ୍ରସଙ୍ଗ ନ ଥିବାରୁ ପ୍ରହସନ କରି ଗୃହକୁ ବନ୍ଦ ରଖୁଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଏହାକୁ ଇସ୍ୟୁ କରାଯାଉଛି। କ୍ରାଇମବ୍ରାଞ୍ଚ ନବ ବାବୁଙ୍କ ହତ୍ୟାର ତଦନ୍ତ କରୁଛି, ସମୟ ଲାଗିବ। କ୍ରାଇମବ୍ରାଞ୍ଚ ଅପରାଗ ନୁହେଁ, ବହୁତ ତଥ୍ୟ ବାହାର କରୁଛି।ସିବିଆଇ କଣ ଅଧିକ କରିବ, ଆମ ପୁଲିସ କଣ ଅପାରଗ। ବିରୋଧୀଙ୍କ କହିବା ହାସ୍ୟାସ୍ପଦ। ଓଡ଼ିଶାରେ ସିବିଆଇ ତଦନ୍ତର ଫଳାଫଳ ଶୂନ। ନବ ଦାସଙ୍କ ଚରିତ୍ରକୁ ନେଇ ବିରୋଧୀ ପ୍ରଶ୍ନ ଉଠେଇବା ପ୍ରସଙ୍ଗରେ ସେ କହିଛନ୍ତି, ଯାହାର ଚରିତ୍ର ଖରାପ, ସେ ଅନ୍ୟର ଚରିତ୍ରକୁ ଆକ୍ଷେପ କରେ। ସେ ସ୍ୱର୍ଗରେ ରହିଲେଣି, ତାଙ୍କ ଚରିତ୍ର ସଂହାର କରିବାକୁ ମଁସ ନିନ୍ଦା କରୁଛି।

Leave a Reply

Your email address will not be published. Required fields are marked *