ମୁଖ୍ୟ ଖବର

ଦୁର୍ନୀତିଗ୍ରସ୍ତ ଏସଡିଓ ପ୍ରସନ ପାଣିଗ୍ରାହୀକୁ ଭିଜିଲାନ୍ସ ଧରିବ କେବେ?

ଭୁବନେଶ୍ୱର : ଦୁର୍ନୀତିର ପାହାଡ଼ ତିଆରିକରି ସରକାରୀ ତାହାବିଲକୁ ଲୁଣ୍ଠନ କରି କୋଟିକୋଟି କଳାଧନ ଲୁଚାଇ ରଖିଥିବା ଏସଡିଓ ପ୍ରସନ ପାଣିଗ୍ରାହୀ ଙ୍କ ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ସରକାରୀ ଅର୍ଥ ଲୁଟେରା ଯନ୍ତ୍ରୀ ପାଣିଗ୍ରାହୀ ରାଜଧାନୀ ରେ ଦୀର୍ଘ ବର୍ଷ ହେଲା ଚୌକି ମାଡିବସି ରହିଛନ୍ତି ପୁଣି ଗୋଟିଏ ସ୍ଥାନରେ l କଳିଙ୍ଗ ଷ୍ଟାଡିଅମ ରେ ମରାମତି ହେଉ କି ନୂତନ ନିର୍ମାଣ ହେଉ ସବୁ କାମରେ ଏସଡିଓ ପାଣିଗ୍ରାହୀ ମୋଟା ଅଙ୍କର ପିସି ନେବାକୁ କେହି ଅଟକାଇ ପାରିବେନି l ପିସି ଲାଞ୍ଚୁଆ ଏସଡିଓ ବିଜେଡି ଦଳର କିଛି ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ଅତି ପାଖ ଲୋକ କହି ଉପରିସ୍ଥ ଅଫିସରଙ୍କୁ ଡରାଇ ଦୁର୍ନୀତି କରିଚାଲିଛନ୍ତି l ଏସଡିଓ ପ୍ରସନ ପାଣିଗ୍ରାହୀ ୧୦୦ କୋଟି କଳା ଟଙ୍କା ର ମାଲିକ ବୋଲି ନିର୍ମାଣ ସୌଧ ରେ ଚର୍ଚ୍ଚା ହେଉଛି l ଏସଡିଓ ପାଣିଗ୍ରାହୀ ଅଫିସକୁ ନିଜ ଇଚ୍ଛାରେ ଆସନ୍ତି ଓ ଯାଅନ୍ତି ଏପରିକି ସାଇଟ ଭିଜିଟି ନାମରେ ଯାଇ ଠିକାଦାର ମାନଙ୍କ ଠାରୁ ସିଧା ସଳଖ ପିସି ନେଇ ଷ୍ଟାର ହୋଟେଲ ରେ ମଉଜ କରନ୍ତି ବୋଲି ଯନ୍ତ୍ରୀ ମହଲରେ ଚର୍ଚ୍ଚା ହେଉଛି l ପିସି ସର୍ଦାର ଲୁଟେରା ଯନ୍ତ୍ରୀ ପ୍ରସନ ପାଣିଗ୍ରାହୀ ଅଚଳାଚଳ କଳାଧନ ର ମାଲିକ କିପରି ହେଲେ ତାହାର ବିଭାଗୀୟ ତଦନ୍ତ ହେବା ଦରକାର ବୋଲି ସୂଚନା ଅଧିକାର କର୍ମୀ ରାଜେଶ ବେହେରା ମତ ପ୍ରକାଶ କରିଛନ୍ତି l ଏସଡିଓ ପ୍ରସନ ପାଣିଗ୍ରାହୀ ଭୁବନେଶ୍ୱରର ସୁନ୍ଦରପଡ଼ା, ପାତ୍ରପଡା, ନଖରା, ପଟିଆ ଅଂଚଳ ରେ ଅନେକ ବେନାମୀ ପ୍ଲଟ କିଣିଥିବାର କହିଛନ୍ତି ଯନ୍ତ୍ରୀ ଅଶୋକ ପଣ୍ଡା l ନିକଟରେ ଭିଜିଲାନ୍ସ ରେ ଧରାପଡ଼ି ଝାରପଡା ଜେଲ ରେ ଥିବା କଟକ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ ରଥଙ୍କ ଠାରୁ ଅଧିକ କଳାଧନ ଏସଡିଓ ପ୍ରସନ ପାଣିଗ୍ରାହୀ ଲୁଚାଇ ରଖିଛନ୍ତି ବୋଲି ଯନ୍ତ୍ରୀ ମହଲରେ ଚର୍ଚ୍ଚା ହେଉଛି l କୋରାପୁଟ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ତଥା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସତ୍ୟନାରାୟ ଖୁରା କହିଛନ୍ତି ଯେ ରାଜଧାନୀ ରେ ପ୍ରଭାବଶାଳୀ ଯନ୍ତ୍ରୀ ପ୍ରଶନ ପାଣିଗ୍ରାହୀ ବୋଲି ମୁ ଜାଣିଛି l ନିମ୍ନମାନର ରାସ୍ତା କାମ ଓ ସରକାରୀ ଗୃହ କାମ କରି ମୋଟା ଅଙ୍କର ପିସି ଦେବାକୁ କହନ୍ତି ବୋଲି ଜେଇ ଅଶୋକ ପଣ୍ଡା କହିବୁଲୁଛନ୍ତି l ବିଜେଡି ସରକାର ରେ ଦୁର୍ନୀତି କରି ରାଜ୍ୟ ରାଜକୋଷ ଲୁଟୁଥିବା ଏସଡିଓ ପାଣିଗ୍ରାହୀ କୁ ଭିଜିଲାନ୍ସ ଧରିବାକୁ ସାଧାରଣ ରେ ଦାବି ହେଉଛି l ଲାଞ୍ଚୁଆ ଯନ୍ତ୍ରୀଉପରେ ଭିଜିଲାନ୍ସ ଚଢ଼ାଉ ହେଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l ଯନ୍ତ୍ରୀ ପାଣିଗ୍ରାହୀ ଉପରେ ଆହୁରି ତଥ୍ୟ ପରବର୍ତୀ ସଂଖ୍ୟାରେ ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *