ଦେଶ- ବିଦେଶ

ଉପଦ୍ରବକାରୀଙ୍କୁ ବିଜେପି ଖୋଲା ହାତ ଦେଇଛି : ରାହୁଲ ଗାନ୍ଧି

ମୁମ୍ବାଇ : ମହାରାଷ୍ଟ୍ରର ଧୁଲେ ଏକ୍ସପ୍ରେସ୍ ଟ୍ରେନରେ ଗୋମାଂସ ଖାଉଥିବା ସନ୍ଦେହରେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ମାଡ଼ ମରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିଡିଓରେ ଦେଖାଯାଉଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଉକ୍ତ ବୃଦ୍ଧଙ୍କ ଫଟୋ ସେୟାର କରି ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ଘୃଣା ଓ ଖୋଲା ହିଂସା ପ୍ରସାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।ସେହିପରି ନିକଟରେ ହରିୟାଣାରେ ଗୋମାଂସ ଖାଉଥିବା ସଂଦେହରେ କେତେକ ଲୋକ ଜଣେ ବ୍ୟକ୍ତି ପିଟି ପିଟି ମାରିଦେଇଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ଯେଉଁମାନେ ଘୃଣାକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରି କ୍ଷମତାର ସିଡିବ ଚଢ଼ିଛନ୍ତି ସେମାନେ କ୍ରମାଗତ ଭାବରେ ସମଗ୍ର ଦେଶରେ ଭୟର ରାଜତ୍ୱ ପ୍ରତିଷ୍ଠା କରୁଛନ୍ତି। ଭିଡ଼ ଆକାରରେ ଲୁଚି ରହିଥିବା ଘୃଣା ସୃଷ୍ଟିକାରୀ ତତ୍ତ୍ୱମାନେ ଖୋଲାଖୋଲି ଭାବେ ଆଇନର ଶାସନକୁ ଚ୍ୟାଲେଞ୍ଜ କରି ହିଂସା ପ୍ରଚାର କରୁଛନ୍ତି। ଏହି ଦୁର୍ବୃତ୍ତମାନଙ୍କୁ ବିଜେପି ସରକାର ଖୋଲାହାତ ଦେଇଛି, ସେଥିପାଇଁ ସେମାନେ ଏପରି କରିବାକୁ ସାହସ ରଖିଛନ୍ତି। ସଂଖ୍ୟାଲଘୁ, ବିଶେଷ କରି ମୁସଲମାନମାନଙ୍କ ଉପରେ ଆକ୍ରମଣ ଜାରି ରହିଛି ଏବଂ ସରକାରୀ ବ୍ୟବସ୍ଥା ନିରବ ଦର୍ଶକ ଭାବରେ ଦେଖୁଛି।

Leave a Reply

Your email address will not be published. Required fields are marked *