ମୁଖ୍ୟ ଖବର

ବିଚାରାଧିନ ମାମଲାଗୁଡ଼ିକ ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଆହ୍ୱାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ,: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ ଆହ୍ୱାନ । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ସମସ୍ତ ଅଂଶୀଦାର ଏକାଠି ହୋଇ ବକେୟା ମାମଲାର ସମାଧାନ ପାଇଁ ଉପାୟ ଖୋଜିବା ଉଚିତ ।ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ତାଙ୍କ ଅଭିଭାଷଣରେ ସୁପି୍ରମ୍‌କୋର୍ଟ ୭୫ ବଷଁର ଯାତ୍ରାକୁ ପୂରା କରିଥିବାରୁ ଗର୍ବିତ ବୋଲି କହିଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକମାନଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାର ଏକ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ୍‌ । ଯାହାଦ୍ୱାରା ସେମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ସାମୂହିକ ସାମର୍ଥ୍ୟକୁ ରାଷ୍ଟ୍ର ନିର୍ମାଣରେ ନିୟୋଜିତ କରିପାରିବେ ବୋଲି ସେ କହିଥିଲେ ।ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ କହିଛନ୍ତି, ବକେୟା ମାମଲା ହ୍ରାସ ସଂକ୍ରାନ୍ତ କମିଟି ମାମଲା ପରିଚାଳନା ଜରିଆରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଚାରାଧୀନ ମାମଲାର ସମାଧାନ ପାଇଁ ଅନ୍ୟ କେତେକ ରଣନୀତି ମଧ୍ୟରେ ପ୍ରାକ୍‌ ମାମଲା ବିବାଦ ସମାଧାନ ଅନ୍ତର୍ଭୁକ୍ତ ।ପ୍ରଧାନ ବିଚାରପତି କହିଛନ୍ତି, ସୁପି୍ରମ୍‌କୋର୍ଟ ନିକଟର ତାଙ୍କର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶେଷ କରିଛନ୍ତି, ଯେଉଁଥିରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପ୍ରାୟ ଏକ ହଜାର ମାମଲାର ଆପୋଷ ସମାଧାନ ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *