ମୁଖ୍ୟ ଖବର

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,: ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି ରେଡ ଚାଲିଥିବା ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ ଜାରି ରଖିଛି। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କାର ଗନ୍ତା ଘର ମିଳିଛି। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ।ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା। କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ। କେନ୍ଦୁଝର, ଅନଗୋଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ବାବୁଙ୍କର୍‌ ବ୍ୟାଙ୍କ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି ।ସବୁଠୁ ଆଶ୍ଚର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇ ଭିଜିଲାନ୍ସ ଆଖିଆଗକୁ ଆସିଛନ୍ତି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।

Leave a Reply

Your email address will not be published. Required fields are marked *