ମୁଖ୍ୟ ଖବର

ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବେ

ଭୁବନେଶ୍ବର: ନକ୍ସଲ ପ୍ରସଙ୍ଗ ନେଇ ପୁଲିସ୍ ଡିଜି ୱାଇବି ଖୁରାନିଆଙ୍କ ବଡ଼ ମନ୍ତବ୍ୟ ଆସିଛି। ସେ କହିଛନ୍ତି ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବେ। ନକ୍ସଲ ପ୍ରସଙ୍ଗ ନେଇ ବୈଠକ ପରେ ପୁଲିସ୍ ଡିଜିଙ୍କ ଏଭଳି ପ୍ରତିକ୍ରିୟା ଆସିଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୂଳ ପୋଛ ହେବା ନେଇ ଖୁରାନିଆ ଆଶା ପ୍ରକଟ କରିଛନ୍ତି। ସେଥିରେ ସଫଳ ହେବା ନେଇ ଗୃହ ମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି। ନକ୍ସଲ ମୂଳ ପୋଛ ପାଇଁ ଓଡ଼ିଶା ପୁଲିସ୍ ନକ୍ସଲ ଦମନ୍ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ରାଷ୍ଟ୍ରୀୟସ୍ତରରେ ଆମକୁ ମାନ୍ୟତା ମିଳିଛି।ଆମେ ସେ କାମକୁ ଆହୁରି ଆଗକୁ ନେବୁ। ଯେଉଁ ଜିଲ୍ଲାରେ ସମସ୍ୟା ଅଛି ସେ ଜିଲ୍ଲା ଗୁଡ଼ିକ ବିଷୟରେ ଆଲୋଚନା ହୋଇଛି ଓ ଖବର ନିଆଯାଇଛି। ସେସବୁ ସମସ୍ୟା ସମାଧାନ ହେବ। ଆଗାମୀ ଦିନରେ ନକ୍ସଲ ଅପରେସନ ଜୋରଦାର କରାଯି। ଆଶା କରୁଛୁ ଆମକୁ ସଫଳତା ମିଳିବ ବୋଲି ଖୁରାନିଆ କହିଛନ୍ତି।

Leave a Reply

Your email address will not be published. Required fields are marked *