ମୁଖ୍ୟ ଖବର

୨୦ ମହଲାରୁ ଖସି ଓୟୋରୁମ୍ସ ପ୍ରତିଷ୍ଠାତାଙ୍କ ପିତା ମୃତ୍ୟୁ

ଗୁରୁଗ୍ରାମ୍ : କିଛି ଦିନ ତଳେ ବିବାହ କରିଥିବା ଓୟୋରୁମ୍ସ ର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଯାଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପୁଲିସ ଏକ ବୟାନ ଜାରି କରିବାର ସମ୍ଭାବନା ରହିଛି । ଏହି ଆପାର୍ଟମେଣ୍ଟରେ ରମେଶ ଅଗ୍ରଓ୍ବାଲ ନିଜ ପତ୍ନୀ (ରିତେଶଙ୍କ ମା’)ଙ୍କ ସହ ରହୁଥିଲେ । ତେବେ ରିତେଶ ଏହି ଆପାର୍ଟମେଣ୍ଟରେ ରହନ୍ତି ନାହିଁ ।

ନିଜର ପିତାଙ୍କ ମୃତ୍ୟୁ ସଂପର୍କରେ ରିତେଶ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତା, ଯିଏକି ତାଙ୍କ ପ୍ରଥପ୍ରଦର୍ଶକ ଥିଲେ, ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସେ ଏକ ସଂପୂର୍ଣ୍ଣ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ । ତାଙ୍କର ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ଘଡ଼ିରେ ସମସ୍ତେ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସେ କହିଛନ୍ତି ।

କିଛିଦିନ ତଳେ ରିତେଶଙ୍କ ବିବାହ ଗୀତାଂଶା ସୁଦଙ୍କ ସହ ହୋଇଥିଲା । ବିବାହ ପରେ ସେ ଦିଲ୍ଲୀରେ ଏକ ହାଇପ୍ରୋଫାଇଲ ଭୋଜି ଦେଇଥିଲେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଫ୍ଟବ୍ୟାଙ୍କ ସିଇଓ ମାସାୟୋସି ସୋନ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *