ମୁଖ୍ୟ ଖବର

ସ୍ୱତନ୍ତ୍ର ଉନ୍ନୟନ ପରିଷଦ’, ଉଚ୍ଛେଦ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’କୁ ଭଙ୍ଗ କରିବେ। ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ପରିଚାଳିତ ଓଡ଼ିଶା ସରକାର ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ ବିଜେଡିର ଶାସନ କାଳରେ ଗଠିତ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’କୁ ବିଜେପି ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତାକୁ ମଧ୍ୟ ରାଜ୍ୟ ସରକାର ସମାପ୍ତ କରିଛନ୍ତି। ବିଜେଡି ସରକାର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨୦୧୭ ମସିହାରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଓ ୨୦୨୩ ମେ’ ମାସରେ ଆଉ ୧୪ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ।ବିଜେଡି ସରକାର ୨୦୧୭ ମସିହାରେ ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ଏହାର ଅଧ୍ୟକ୍ଷ ଓ ସଦସ୍ୟ ପଦବିରେ ବିଜେଡିର ନେତାମାନଙ୍କୁ ଥଇଥାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୩ ମେ’ ମାସରେ ଆଉ ୧୪ଟି ଜିଲ୍ଲାରେ ଏହି ପରିଷଦ ଗଠନ କରିଥିଲେ। ଏହି ପରିଷଦ ଗଠନ କରି ନିର୍ବାଚନରେ ପରାଜିତ ଓ ବରିଷ୍ଠ ନେତାଙ୍କୁ ଗୋଟିଏ ବଡ଼ ପଦବିର ଦାୟିତ୍ବ ଦେଉଥିଲେ।

Leave a Reply

Your email address will not be published. Required fields are marked *