ଅପରାଧ

ପୁରୁଷ ନର୍ସିଂ ଛାତ୍ରଙ୍କୁ ଅସଦାଚରଣ କରିଥିଲେ ସନ୍ଦୀପ ଘୋଷ

କୋଲକାତା: ଜଣେ ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କ ଦ୍ବାରା ଦୁଷ୍କର୍ମ ଓ ହତ୍ୟାର ଶିକାର ହେବା ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ ଅନ୍ତଭୁର୍କ୍ତ ଥିବା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ଜଣେ ପୁରୁଷଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଏବେ ସାମ୍ନକୁ ଆସିଛି। ୨୦୧୭ ମସିହାରେ ସେ ହଂକଂରେ ଜଣେ ନର୍ସିଂ ଛାତ୍ରଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିିଯୋଗ ହୋଇଛି। ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ କରିଥିବା ଏକ ରିପୋର୍ଟ ମୁତାବକ, ଜଣେ ପୁରୁଷ ନର୍ସିଂ ଛାତ୍ର ଅଭିଯୋଗ କରିଛନ୍ତି ଯେ ସନ୍ଦୀପ ଘୋଷ ଏକ ଚେଞ୍ଜିଂ ରୁମ୍‌ରେ ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ସନ୍ଦୀପ ଘୋଷ ଏବେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛନ୍ଦି ହୋଇ ସିବିଆଇ ହେପାଜତରେ ଅଛନ୍ତି।୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କର ଅଗଷ୍ଟ ୯ ତାରିଖରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟାକୁ ଲୁଚାଇବାକୁ ଚେଷ୍ଟା କରିବାରେ ଘୋଷ ତାଙ୍କ ଭୂମିକା ପାଇଁ ଚର୍ଚ୍ଚାରେ ରହିବା ସହ ମାମଲାରେ ଛନ୍ଦି ହେ‌ାଇ ପଡ଼ିଛନ୍ତି।ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ଘଟଣା ସିବିଆଇ ଏକ ସ୍ୱତନ୍ତ୍ର କୋର୍ଟକୁ କହିଛି ଯେ ସାନ୍ଦୀପ ଘୋଷ ୨୦୨୨ ଏବଂ ୨୦୨୩ ମସିହାରେ ୮୪ଟି ବେଆଇନ ନିଯୁକ୍ତି ଦେଇଛନ୍ତି।‌ତେବେ ୨୦୧୭ ମସିହା ଏପ୍ରିଲ୍‌ ୮ ତାରିଖରେ ହଂକଂର କାଉଲୋନର ରାଣୀ ଏଲିଜାବେଥ ହସପିଟାଲରେ ଜଣେ ନର୍ସିଂ ଛାତ୍ରକୁ ଅର୍ଥୋପେଡିକ ଡାକ୍ତର ସନ୍ଦୀପ ଘୋଷ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *