ମନୋରଞ୍ଜନ

ଭୋ ଭୋ ହୋଇ କାନ୍ଦିଲେ ଅନୁପମ

ମୁମ୍ବାଇ: ମ‌ାର୍ଚ୍ଚ ୯ତାରିଖ ସିନେମାଜଗତ ପାଇଁ କଳାଦିନ ଥିଲା। ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ହେବା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୭ ବର୍ଷ ହୋଇଥିଲା। ଗୁରୁବାର ଦିନ ଦିଲ୍ଲୀର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଅଭିନେତାଙ୍କ ମୃତଦେହକୁ ଶେଷ ରୀତିନୀତି ପାଇଁ ମୁମ୍ବାଇକୁ ଅଣାଯାଇଥିଲା।

ଅନୁପମ ଖେର, ଅଭିଷେକ ବଚ୍ଚନ, ଶେହନାଜ ଗିଲ, ଶିଳ୍ପା ସେଟ୍ଟୀଙ୍କ ସମେତ ବଲିଉଡର ଅନେକ ତାରକା ଅଭିନେତାଙ୍କ ଶେଷ ଦର୍ଶନ ପାଇଁ ଆସିଥିଲେ। ଗୋଟିଏ ପଟେ ବନ୍ଧୁ ସତୀଶ କୌଶିକଙ୍କୁ ହରାଇ ଅନୁପମ ଖେର ଭୋ ଭୋ ହୋଇ କାନ୍ଦୁଥିବା ବେଳେ ଅନ୍ୟପ‌ଟେ ସଲମାନ ଖାନ ନିଜ ଲୁହ ଲୁଚାଉଥିବାର ନଜର ଆସିଥିଲେ। ଏହି ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସଲମାନ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଅନୁପମ ଖେର୍ ‌ସତୀଶଙ୍କ ମରଶରୀର ପାଖରେ ବସି କାନ୍ଦୁଥିବାର ଫଟୋ ମଧ୍ୟ ଭାଇରାଲ ହୋଇଛି। ଭାଇରାଲ ଭିଡିଓ ଓ ଫଟୋ‌ରେ ନିଜ ପୁରୁଣା ବନ୍ଧୁଙ୍କ ବିୟୋଗ ସଲମାନ ଓ ଅନୁପମ ଖେରଙ୍କ ଜୀବନରେ କେତେ ଖାଲି ସ୍ତାନ ତିଆରି କରିଛି, ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *