ମୁଖ୍ୟ ଖବର

ସ୍କ୍ରବ ଟାଇଫସ ଆତଙ୍କ: ସପ୍ତାହେ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ

ବରଗଡ଼: ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ ସୃଷ୍ଟି କରିଛି। ସପ୍ତାହେ ମଧ୍ୟରେ ଜିଲ୍ଲାରେ ୩ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୩ ମୃତକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ଏହାସହ ଘରୋଇ ହସ୍ପିଟାଲରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି। ଗତ ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ୪୨ ବର୍ଷୀୟା ଚାଷୀ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ମହିଳା ସଖି ପ୍ରଧାନ ଏବଂ ବୁଧବାର ପଦ୍ମପୁରର ଜଣେ ୧୬ ବର୍ଷୀୟା ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *