ରାଜ୍ୟ

ରାଜ୍ୟରେ ୧୬ ଲକ୍ଷରୁ ଅଧିକ ଲୋକଙ୍କ ରାସନ କାର୍ଡ କଟିଛି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ର ରାସନ କାର୍ଡକୁ ନେଇ ବଡ଼ ସୂଚନା ପ୍ରଦାନ କରିଛନ୍ତି।୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାସନ କାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ଆଧାରରେ ୧୬,୨୭,୯୨୦ ଜଣଙ୍କ ନାମ ହଟାଇ ଦେଇଛନ୍ତି। ଏହା ସହିତ ଏହି ସରକାରୀ ସୁଯୋଗରୁ ବଞ୍ଚିତଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ନିକଟରେ ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କ କାର୍ଡକୁ ଆଧାର ସହ ଇ-କେୱାଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଅଯୋଗ୍ୟ କାର୍ଡଧାରୀଙ୍କ କାର୍ଡ କଟାଯାଇ ପାରିବ।

Leave a Reply

Your email address will not be published. Required fields are marked *