ମହାନଗର

ସୁଭଦ୍ରା ଯୋଜନା ଶୁଭାରମ୍ଭ ନିମନ୍ତେ ମଙ୍ଗଳବାର ସ୍କୁଲ-କଲେଜ ଛୁଟି ଘୋଷଣା

ଭୁବନେଶ୍ୱର,: ପିଲାମାନଙ୍କ ପାଇଁ ଖୁସି ଖବର। ୧୭ ତାରିଖ ଅର୍ଥାତ୍‌ ମଙ୍ଗଳବାର ଛୁଟି ରହିବ ସ୍କୁଲ ଓ କଲେଜ। ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ସ୍କୁଲ-କଲେଜ ଛୁଟି ରହିବ। ଏହା କେବଳ ଭୁବନଶ୍ୱେର ପାଇଁ ଲାଗୁ ହେବ। ବିଏମସି ଅଞ୍ଚଳରେ ଥିବା ସବୁ ସ୍କୁଲ-କଲେଜ ଛୁଟି ରହିବ ସହ ବିଏମସି ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ବ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରାଯାଇଛି।ଏଥିସହ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ, ମାଜିଷ୍ଟ୍ରେଟ କୋର୍ଟ ଛୁଟି ରହିବ । ଶନିବାର ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ । ଏଥିପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲ ଓ କଲେଜଗୁଡିକ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । ସରକାରୀ ଅଫିସଗୁଡିକ ମଙ୍ଗଳବାର ଦିନ ୨ଟା ଯାଏଁ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ।

Leave a Reply

Your email address will not be published. Required fields are marked *